କୋଲକାତା: ଡିସେମ୍ବର ୨୧: ପଶ୍ଚିମବଙ୍ଗରେ ପୁଣି ନିଜ ଦବ୍ଦବା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାନସଭା ଓ ଭବାନୀପୁର ଉପନିର୍ବାଚନରେ ବାଜି ମାରି ସେ ନିଜ ଦଳକୁ ଆହୁରୀ ମଜଭୁତ କରାଇଛନ୍ତି । କୋଲକତାରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛି ମୁଖ୍ୟମନ୍ତ୍ରୀଙ୍କ ଦଳ ଟିଏମସି । ବିରେଧୀ ଦଳକୁ ପରାସ୍ତ କରି ଦଳ ଏଠି ବିଜୟ ଆଡ଼କୁ ଅଗ୍ରସର ହେଉଛି । ଏନେଇ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗତ ରବିବାର କୋଲକାତା ମୁ୍ୟନିସିପାଲିଟି କର୍ପୋରେସନରେ ୧୪୪ଟି ଆସନରେ ମତଦାନ ହୋଇଥିଲା । ସେଥିରୁ ଅଦ୍ୟାବଧି ଗଣତି ଅନୁଯାୟୀ, ଟିଏମସି ୧୭ଟି ଆସନରେ ଜିତି ଥିବା ବେଳେ ୧୧୬ଟି ଆସନରେ ଆଗୁଆ ରହିଛି । ଅପରପକ୍ଷରେ, ଟିଏମସିର ମୁଖ୍ୟ ପ୍ରତିଦ୍ୱନ୍ଦି ବିଜେପି ୫, ବାମପନ୍ଥୀ ୨ ଥିଲା ବେଳେ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି ।
୨୦୧୫ରେ କୋଲକାତାରେ ହୋଇଥିବା ପୌର ନିର୍ବାଚନରେ ଦଳ ୧୧୪ଟି ଆସନ ଜିତି ମେୟର ପଦବୀ ହାତେଇଥିଲା । ତେବେ ପୂର୍ବ ଆସନ ତୁଳନାରେ ବାମପନ୍ଥୀ ଏଥର ୧୫ଟି ସିଟ୍ ହରେଇବା ସଙ୍କେତ ମିଳିଛି । ହେଲେ ଗତ ଥର ଅପେକ୍ଷା ଏଥର କଂଗ୍ରେସ ଟିକେ ଭଲ କରିପାରେ ବୋଲି ଆକଳନ କରାଯାଉଛି । ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀ ମଧ୍ୟରେ ମେଣ୍ଟ ହୋଇଥିଲା । ହେଲେ ପୌର ନିର୍ବାଚନରେ ଉଭୟେ ପୃଥକ ଭାବେ ଲଢ଼ୁଛନ୍ତି ।

Comments are closed.