ପଶ୍ଚିମବଙ୍ଗ: ମାର୍ଚ୍ଚ ୨୨: କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ତଥା ମନି ଲଣ୍ଡରିଂ ମାମଲାରେ ଅଭିଷେକ ଇଡି ଜାଲରେ ଫସିଛନ୍ତି । ଉଭୟ ସ୍ୱାମୀ ଅଭିଷେକ ଏବଂ ପତ୍ନୀ ରୁଜିରାଙ୍କୁ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ । ଯେହେତୁ ଉଭୟଙ୍କ ଘର ପଶ୍ଚିମବଙ୍ଗରେ ତେଣୁ ତାଙ୍କୁ ଦିଲ୍ଲୀ ଅଫିସକୁ ଡାକି ହଇରାଣ କରାଯାଉ ଥିବା ସେ ଅଭିଯୋଗ କରିଥିଲେ । ତେବେ ଏହି ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।

Comments are closed.