ଅଙ୍ଗୁଳି ଉଠାଇଲେ ମମତା: ମୋର୍ବି ଦୁର୍ଘଟଣାରେ କୁଆଡ଼େ ଗଲେ ଇଡି, ସିବିଆଇ

କୋଲକାତା: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଦିଦି କହିଛନ୍ତି ଯେ, ମୋର୍ବି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଇଡି ଏବଂ ସିବିଆଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ମମତା ବାନାର୍ଜୀଙ୍କ କହିବା ମୁତାବକ, ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ତାହା ସ୍ଥିର କରାଯିବା ଉଚିତ ।

 ଅଙ୍ଗୁଳି ଉଠାଇଲେ ମମତା: ମୋର୍ବି ଦୁର୍ଘଟଣାରେ କୁଆଡ଼େ ଗଲେ ଇଡି, ସିବିଆଇ

ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରି ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ କହିଛନ୍ତି, ଇଡି, ସିବିଆଇ କାହିଁକି ପଦକ୍ଷେପ ନେଉ ନାହିଁ । ସେମାନେ କେବଳ ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ସେ କହିଛନ୍ତି ଯେ, ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ତାହା ସ୍ଥିର ହେବା ଉଚିତ । ମୁଁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି କହିବି ନାହିଁ କାରଣ ଏହା ତାଙ୍କର ରାଜ୍ୟ ଅଟେ । ମୁଁ ଏହି ପ୍ରସଙ୍ଗରେ କୌଣସି ରାଜନୀତି କରିବି ନାହିଁ । ମୁଁ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ, କାରଣ ରାଜନୀତି ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋର ସମବେଦନା ଜଣାଉଛି । ଅନେକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ନିଖୋଜ ଅଛନ୍ତି । ମୋର୍ବି ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଅଧୀନରେ ଏକ ନ୍ୟାୟିକ କମିଶନ ଗଠନ କରାଯିବା ଉଚିତ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.