ଶ୍ରୀନଗର : ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ବ୍ୟାପକ କଡା ସୁରକ୍ଷା । ମୁତୟନ ହେଲେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ । ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ କରିବା ପାଇଁ ସୁରକ୍ଷାକର୍ମୀଂକ ସତର୍କ ଦୃଷ୍ଟି । କାରଣ ନିୟନ୍ତ୍ରଣ ରେଖା ଏଲଓସି ନିକଟରେ ୫ ରୁ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି । ଶୀତଋତୁରେ ତୁଷାର ପାତ ପୂର୍ବରୁ ଅନୁପ୍ରେବଶ ପାଇଁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ । ସେମାନଙ୍କ ଉଦ୍ୟମ ପ୍ରତିହତ କରିବା ପାଇଁ ସୁରକ୍ଷାକର୍ମୀ ପ୍ରସ୍ତୁତ ଥିବା ବିଏସଏଫ୍ ଆଇଜି ଅଶୋକ ଯାଦବ ସୂଚନା ଦେଇଛନ୍ତି ।
ଏହା ମଧ୍ୟରେ ଦୁଇଥର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦିଆଯାଇଛି । ବାନ୍ଦିପୋରା ଓ କୁପୱାଡ଼ା ସେକ୍ସନରେ ଏଲଓସି ନିକଟରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସେମାନଙ୍କ କୌଣସି ପ୍ରକାର ଉଦ୍ୟମକୁ ସଫଳ କରାଇ ଦିଆଯିବ ନାହିଁ ବୋଲି ବିଏସଫ୍ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.