ଭୁବନେଶ୍ୱର : ବିମାନ ବନ୍ଦରରେ ବାଘ ଆତଙ୍କ । ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦର ନିକଟ ଡ୍ରମ୍ପିଙ୍ଗୟାର୍ଡ ରେ ଅଳିଆ ସଫା କରୁଥିବା ବେଳେ ବାଘ ପାଦ ଚି଼ହ୍ନ ଦେଖିଥିଲେ ଜଣେ ମହିଳା । ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ପାଦଚିହ୍ନରୁ ଏହା କାଲରାପତରିଆ ବାଘ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ତେବେ ଏହା ବାଘ କିମ୍ବା ବିଲୁଆ ପଦଚିହ୍ନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ୨ ଘଣ୍ଟା ଧରି ବନବିଭାଗ ପକ୍ଷରୁ ବାଘକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି । ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

Comments are closed.