ମୋହନା : ଗାଁରେ ରେ ପୁଣି ବାଘ ଆତଙ୍କ I ଗାଁ ଦାଣ୍ଡରେ ବାଘ ର ପଦଚିହ୍ନ ଦେଖିବାକୁ ମିଳିଥିବା ବେଳେ ଗାଁ ପାଖ ଜଙ୍ଗଲରୁ ଏକ ଗାଈର ଅଧା ଖିଆ ମୃତଦେହ ଉଦ୍ଧାର ହୋଇଛି । ଏହି କାରଣରୁ ଗ୍ରାମବାସୀଙ୍କ ମନରେ ବାଘ ଆତଙ୍କ ସୃଷ୍ଟି ହୋଇଛି I ଏପରି ଘଟଣା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ଘଟଣା ଘଟିଛି ।
ସୂଚନା ମୁତାବକ, ସୋମବାର ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଗୋଟିଏ ଗାଈ ମରି ପଡ଼ିଥିବା ବେଳେ ଗାଈର ଶରୀରର ଅଧା ଅଂଶ ନଥିବା ଲୋକେ ଦେଖିଥିଲେ । ତେଣୁ ଗାଈକୁ ବାଘ ଖାଇ ଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । ଉକ୍ତ ସ୍ଥାନରେ କୌଣସି ବନ୍ୟଜନ୍ତୁର ପାଦ ଚିହ୍ନ ମଧ୍ୟ ଦେଖିଥିଲେ ଲୋକେ । ଏହା ଦେଖି ଗାଁ ଲୋକେ ତୁରନ୍ତ ବନ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ରବିବାର ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବା ବେଳେ ଚନ୍ଦ୍ରଗିରି ବନାଞ୍ଚଳ କୃଷ୍ଣପୁର ଗାଁ ପାଖରେ ରହିଥିବାରୁ ଲୋକଙ୍କ ମନରେ ବାଘ ଆତଙ୍କ ସୃଷ୍ଟି ହୋଇଛି ।
ସେହିପରି,ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଗାଁରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି । ସନ୍ଧ୍ୟା ନହେଉଣୁ ଲୋକେ ବାଘ ଭୟରେ ତାଟି କବାଟ କିଳି ଘରେ ରହୁଛନ୍ତି । ସାରା ରାତି ଟାୟାର ଜାଳି, ଠେଙ୍ଗା ଧରି ବାଘକୁ ଜଗୁଛନ୍ତି ଲୋକ । ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗାଁରେ ବାଘ ବୁଲୁଥିବାନେଇ କିଛି ଲୋକ ଦେଖିବା ପରେ ଆତଙ୍କ ଖେଳିଯାଇଛି । ତେବେ ଗାଁ ରେ ବାଘର ପାଦଚିହ୍ନ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ ଇ ଏହା ଏକ ମହାବଳ ବାଘର ପାଦ ଚିହ୍ନ ହୋଇଥିବା ନେଇ ବନ ବିଭାଗ ସୂଚନା ଦେବାପରେ କୋକୁଆ ଭୟ ଖେଳିଯାଇଛି । ବାଘର ଗତିବିଧି ପରିଖିବା ପାଇଁ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଛି । ବାଘଟି କେଉଁଠୁ ଆସିଛି ଏବଂ ଗତିବିଧି କଣ ରହୁଛି ତାହା ଉପରେ ବନ ବିଭାଗ ନଜର ରଖିଛି ।

Comments are closed.