ଆକ୍ସନ ହିରୋ ଟାଇଗର ଶ୍ରଫ୍ ଏବେ ଇଂଲଣ୍ଡରେ ଅଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ଗଣପତର ସୁଟିଂରେ ବ୍ୟସ୍ତ ଅଛନ୍ତି । ୭୦ ଦିନ ଧରି ସୁଟିଂ ହେବାକୁ ଥିବା ତାଙ୍କ କ୍ୟାରିଅରର ଏହା ସବୁଠାରୁ ଲମ୍ବା ଫିଲ୍ମ ହୋଇଛି । ଏହା ପୂର୍ବରୁ ହିରୋପନ୍ଥୀ-୨ର ସୁଟିଂ ମଧ୍ୟ ଇଂଲଣ୍ଡରେ କରିଥିଲେ । ଫିଲ୍ମ ଗଣପତ ବିଷୟରେ ସୂତ୍ରରୁ ଜଣାପଡ଼ିଛି ଯେ ଏହାର କାହାଣୀ ୬୯ ବର୍ଷ ଆଗରେ ରହିଛି । ଫିଲ୍ମରେ ଭବିଷ୍ୟତ ସହରକୁ ପ୍ରଦର୍ଶିତ ହେବ, କିନ୍ତୁ ଆଜିକାଲି ଏହାର ସୁଟିଂ ଲାଇଭ୍ ଲୋକେସନରେ ହେଉଛି ।

ଏହାର କାହାଣୀ ଭାରତରୁ ଚୀନ ଯାତ୍ରା କରିବ । ଏହା ମଧ୍ୟ ଇଂଲଣ୍ଡର ଏକ ଷ୍ଟୁଡିଓରେ ସୁଟିଂ କରାଯାଉଛି । ଏହାକୁ ଏକ ଚାଇନିଜ୍ ରେଷ୍ଟୁରାଣ୍ଟର ଆକାର ଦିଆଯାଇଛି । ଟାଇଗରଙ୍କ ଚରିତ୍ର ବ୍ରୁସଲିଙ୍କୁ ନିଜ ଗୁରୁ ମାନୁଥିବା ନଜର ଆସିବ । ଟାଇଗରଙ୍କ ସହ ଫିଲ୍ମର ଲିଡ୍ ହିରୋଇନ ଭାବେ କ୍ରୀତି ସେନନ ନଜର ଆସିବେ । ଏଥିସହ କ୍ରୀତି ତାଙ୍କ କ୍ୟାରିଅରରେ ପ୍ରଥମ ଥର ପାଇଁ ଆକ୍ସନ ଓ ଷ୍ଟଣ୍ଟ କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ମାତା ୟୁରୋପର ଅନେକ ଦେଶର ଆକ୍ସନ ଡାଇରେକଫରଙ୍କୁ ନେଇଥିବା ଖବର ଜଣାପଡ଼ିଛି । ଏହି ଆକ୍ସନ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ସ୍ୱିଡେନର ଟିମ୍ ମ୍ୟାନ୍ । ସେ ଲେଗେସି ଅଫ୍ ଲାଇଜ୍ ଓ ଟ୍ରିପଲ୍ ଥ୍ରେଟ୍ ପରି ଆକ୍ସନ ଫିଲ୍ମରେ ଷ୍ଟଣ୍ଟ୍ ଓ ଆକ୍ସନ ଡିଜାଇନ କରିଛନ୍ତି ।
ଏହାସହ ରୋମାନିଆରୁ ୨୦ରୁ ୨୫ ଲୋକଙ୍କ ଟିମ୍ ମଧ୍ୟ ଆସିଛନ୍ତି । ସିଙ୍ଗାପୁରରେ ସୁଟିଂ କରିବାର ନିର୍ମାତାଙ୍କ ଯୋଜନା ଥିଲା, ହେଲେ ତାହା ପରିବର୍ତ୍ତନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ସିଙ୍ଗାପୁରରେ ଭବିଷ୍ୟତ ସହରର ପ୍ଲାନ ହେବାର ଥିଲା, ହେଲେ ଏବେ ଏହାକୁ ଇଂଲଣ୍ଡରେ ହିଁ କରାଯିବ । ଆଜିକାଲି ଇଂଲଣ୍ଡର ଏକ ଷ୍ଟୁଡିଓ ଚାଇନିଜ୍ ରେଷ୍ଟୁରାଣ୍ଟ ବ୍ୟତୀତ ଫାଇଟିଂ ଏରିନାର ସେଟ୍ରେ ପରିବର୍ତ୍ତିତ ହୋଇଛି । ସେପଟେ ଫିଲ୍ମରେ ଭିଲେନ୍ କିଏ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାର ସିନେମେଟୋଗ୍ରାଫିର ଦାୟିତ୍ୱ ସୁଧାକର ରେzିଙ୍କୁ ଦିଆଯାଇଛି ।

Comments are closed.