ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ୩ ଛାତ୍ରୀ ଆହତ

0

ବାସୁଦେବପୁର: ଗୁରୁଦିବସ ଅବସରରେ ସ୍କୁଲରେ ଅଘଟଣ । ମଧ୍ୟାହ୍ନ ଭୋଜନ ମିଲ ଖାଉଥିବାବେଳେ ସ୍କୁଲ ଛାତରୁ ଖସିଲା ବିରାଟ ପ୍ଳାଷ୍ଟର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବୋହୂମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଏଥିରେ ଶିଶୁବାଟିକାର ୩ ଛାତ୍ରୀଙ୍କ ମୁଣ୍ଡ ଫାଟିଛି । ପିଲାମାନେ ୨ୟ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି । ଆହତ ଛାତ୍ରୀଙ୍କୁ ଶିକ୍ଷକ ଓ ଅଭିଭାବକ ନେଇ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି ।

ଅଘଟଣ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ମାଝୀ କହିଛନ୍ତି, ଏହା ଦୁଃଖଦ ଘଟଣା । ବିଦ୍ୟାଳୟ କୋଠା ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ପିଲାର ଦୁର୍ବଳ ହୋଇ ଯାଇଛି । ଛାତରୁ ପାଣି ଗଳୁଛି, ରଡ୍ ଦେଖା ଯାଉଛି । କୋଠାର ଅବସ୍ଥା ନେଇ ବିଇଓଙ୍କ ଠାରୁ ଡିଇଓ ସମସ୍ତଙ୍କୁ ପୂର୍ବରୁ ଅବଗତ କରା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାମ ହେଉନାହିଁ । ଏଥିପାଇଁ ପ୍ରଶାସନ ଦାୟୀ ରହିବ । ଆଜି ପିଲାଙ୍କର କିଛି ହୋଇଥିଲେ ମୋତେ ଗିରଫ କରାଯାଇଥାନ୍ତା ।

ପ୍ଲାଷ୍ଟର ଖସିବା ପରେ ଅଭିଭାବକଙ୍କ ଅସନ୍ତୋଷ ତେଜିଛି । ବାରମ୍ବାର ଅଭିଯୋଗ ପରେ ବି କୋଠା ମରାମତି ହେଉ ନାହିଁ । ଏଥିପାଇଁ ପ୍ରଶାସନକୁ ଲୋକେ ଦାୟୀ କରିଛନ୍ତି ।

Govt
Leave A Reply

Your email address will not be published.