ଝାଡ଼ଖଣ୍ଡରେ ଆଉ ୩ ଦୁର୍ଦ୍ଦାନ୍ତ ମାଓନେତା ସଫା

ଝାଡ଼ଖଣ୍ଡ : ଭୁସୁଡୁଛି ମାଓ ଦୁର୍ଗ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳୁଛନ୍ତି ଜଣେ ପରେ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ଦୁର୍ଦ୍ଦାନ୍ତ ମାଓନେତା । ହଜାରିବାଗ ଗୋରହର ଅଞ୍ଚଳର ପାଣ୍ଟିତ୍ରୀ ଜଙ୍ଗଲରୁ ଉଦ୍ଧାର ହୋଇଛି ୩ ମୃତଦେହ । ଏମାନଙ୍କ ମଧ୍ୟରେ ସେଣ୍ଟ୍ରାଲ୍ କମିଟି ମେମ୍ବର ସହଦେବ ସୋରେନ,ରଘୁନାଥ ହେମ୍ବ୍ରମ ଏବଂ ବିରସେନ ଗଞ୍ଜୁ ରହିଛନ୍ତି । ସହଦେଵ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା ଥିଲା । ସେହିଭଳି ସ୍ପେଶାଲ୍ ଏରିଆ କମିଟି ମେମ୍ବର ରଘୁନାଥ ହେମ୍ବ୍ରମ ମୁଣ୍ଡରେ ୨୫ ଲକ୍ଷ ଏବଂ ଜୋନାଲ କମିଟି ମେମ୍ବର ବୀରସେନ ଗଞ୍ଜୁ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏଥିସହ ଚଞ୍ଚଲ ଓରଫ୍ ରାମଖେଲୱାନ ମଧ୍ୟ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ୩ଟି ଏକେ-47 ରାଇଫଲ୍ ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କୋବ୍ରା ବାଟାଲିୟନ, ଗିରିଡିହ ଏବଂ ହଜାରିବାଗ ପୋଲିସର ମିଳିତ ଏନକାଉଣ୍ଟରରେ ଏହି ସଫଳତା ମିଳିଛି ।

ସେହିପରି ପାଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲ ଗୁଳି ବିନିମୟ ହୋଇ TSPC ନକ୍ସଲି ସଂଗଠନର ସବ୍ ଜୋନାଲ କମାଣ୍ଡର ମୁଖଦେବ ଯାଦବ ନିହତ ହୋଇଛି ।ତା ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୋଲିସର ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.