ଆଗାମୀ ତିନି ଘଣ୍ଟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇପାରେ: ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ତିନି ଘଣ୍ଟା ମଧ୍ୟରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଜି ସକାଳ ୯ ଟାରେ ମୁଣ୍ଡାଲିରେ ଜଳ ପ୍ରବାହ ୧୧.୬ ଲକ୍ଷ କୁ୍ୟସେକ୍‌ ଥିଲା । ଜଳସ୍ତର ସ୍ଥିର ହେବା ପୂର୍ବରୁ ଏହା ଆଉ କିଛି ସମୟ ପାଇଁ ବୃଦ୍ଧି ପାଇବ ଏବଂ ପରେ ଧୀରେ ଧୀରେ ହ ୍ରାସ ପାଇବ । ଜଳସ୍ତର ବୃଦ୍ଧି ପାଇବା ସମୟରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ବର୍ତ୍ତମାନ ମୁଣ୍ଡୁଳି ବିପଦ ସଙ୍କେତ ଟପି ସାରିଥିବା ବେଳେ ଆହୁରି ବନ୍ୟା ଜଳ ପ୍ରବେଶ କରିବାକୁ ଯାଉଛି । ଯାହା ରାଜ୍ୟରେ ବନ୍ୟା ପରିସ୍ଥିତି ବୃଦ୍ଧି କରିପାରେ । ତେବେ ବନ୍ୟା ପରିସ୍ଥିତିକୁ ନଜରେ ରଖି ଅପରାହ୍ନରେ ହୀରାକୁଦ ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ଆଗାମୀ ତିନି ଘଣ୍ଟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇପାରେ: ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଆଜି ସକାଳ ୯ ଟାରେ ହିରାକୁଦ ଡ୍ୟାମର ଜଳ ସ୍ତର ୬୨୫.୫୪ ଫୁଟ ଥିବାବେଳେ ଜଳ ପ୍ରବାହ ୭.୬୪ ଲକ୍ଷରେ ଥିବାବେଳେ ୪.୪୮ ଲକ୍ଷ ବର୍ହିଭୂତ ହୋଇଛି । ଏହାସହିତ ନଦୀ ବନ୍ଧମାନଙ୍କରେ ଥିବା ଛୋଟ ଓ ବଡ଼ ଭଙ୍ଗୁର ସ୍ଥାନର ମରାମତି କାର୍ଯ୍ୟ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.