ଭୁବନେଶ୍ୱର : ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ । ମୋତେ ୮୦ ବର୍ଷ ହେଲାଣି। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ I’ସର୍ବଦା ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରେସ ମିଟ କରି ଏହି ସୂଚନା ଦେଇଛନ୍ତି I
ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ଖୋଦ ସୁର ରାଉତରାୟ। ସୁରଙ୍କ ୨ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ନଥ ରାଉତରାୟଙ୍କ ମଧ୍ୟରୁ କିଏ ରାଜନୀତିରେ ଯୋଗଦେବି ତାକୁ ନେଇ ଚାଲିଥିଲା ନାନାଦି କଳ୍ପନା ଜଳ୍ପନା । ଶେଷରେ ସାନ ପୁଅ ମନ୍ମଥ ବାପାଙ୍କ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ହୋଇଛି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି ତା ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲି। ଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବ ଜାଣି ଖୁସି ହେଲେ ଆଉ ବି ଆଶ୍ଚାର୍ଯ୍ୟ ହେଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ମନା କରିଛନ୍ତି ସୁର ରାଉତରାୟ। ମୁଁ ୫୫ ବର୍ଷ ହେଲା କଂଗ୍ରେସରେ ରହିଛି ଆଉ ରହିବି ।ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ। ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Comments are closed.