ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି: ୭୫ ହଜାର ଯୁବାଙ୍କୁ ଦେବେ ନିଯୁକ୍ତି

ଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବାମାନଙ୍କୁî ଭେଟି ଦେବେ । ଦେଶର ୭୫,୦୦୦ ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀ ନିଯକ୍ତିର ସୁଯୋଗ ଦେବେ । ଏଥିପାଇଁ ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଆସନ୍ତା ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସି ଜରିଆରେ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ । ଏହି ଅବସରରେ କେତେକ ମନ୍ତ୍ରାଳୟ ଓ ସରକାରୀ ବିଭାଗରେ ୭୫,୦୦୦ ଯୁବାଙ୍କୁ ଚାକିରି ନିମନ୍ତେ ନିଯୁକ୍ତି-ପତ୍ର ପ୍ରଦାନ କରାଯିବ । ଏହି ନିଯୁକ୍ତି-ପତ୍ର ସବୁ ପ୍ରତିରକ୍ଷା ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହମନ୍ତ୍ରାଳୟ, ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ, ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ, ସିବିଆଇ, କଷ୍ଟମ୍‌ସ ଏବଂ ବ୍ୟାଙ୍କିଙ୍ଗ୍‌ ଆଦି କ୍ଷେତ୍ରରେ ଚାକିରି ନିମନ୍ତେ ପ୍ରଦାନ କରାଯିବ ।

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ଗୁଜରାଟ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ,ଚଣ୍ଡୀଗଡ଼, ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ୍‌ ମହାରାଷ୍ଟ୍ର, ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ରାଜସ୍ଥାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ, ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଉତ୍ତର ପ୍ରଦେଶ, ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ବିହାରରେ ରହି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.