ଭାରତର ନମ୍ବର ୱାନ୍‌ ଖାଦ୍ୟ ତାଲିକାରେ ଚିକେନ୍‌ ବିରିୟାନି

କରୋନା ସମୟରେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବାର ଚାହିଦା ବେଶ୍‌ ବଢିଛି । ଲୋକମାନେ ବର୍ତ୍ତମାନ ଘରେ ବସି ଖାଇବା ମଗାଇବାକୁ ବେଶି ସୁରକ୍ଷିତ ମଣୁଛନ୍ତି । ଅନ୍‌ଲାଇନ୍‌ରେ ମଗାଯାଉଥିବା ଖାଦ୍ୟକୁ ପହଞ୍ଚାଉଥିବା କମ୍ପାନୀ ସ୍ୱିଗି ଏକ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି ।
ଏଥିରେ କେତେକ ଭାରତୀୟ ଖାଦ୍ୟ ସମ୍ବନ୍ଧରେ ତଥ୍ୟ ଦିଆଯାଇଛି, ଯାହା ସବୁଠାରୁ ଅଧିକଥର ମଗାଯାଇଛି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଚିକେନ୍‌ ବିରିୟାନି । ପ୍ରତି ମିନିଟ୍‌ରେ ବିରିଆନି ପ୍ଲେଟ୍‌ ୧୧୫ଟି ମଗାଯାଉଥିବା ଏହି ତାଲିକାରେ ପ୍ରକାଶ କରାଯାଇଛି । ଏହି ପ୍ଲେଟ୍‌ ସଂଖ୍ୟା ୨୦୨୦ରେ ୯୦ ଥିବାବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୧୧୫ରେ ପହଞ୍ଚିଛି ।

ପ୍ରଥମେ ସ୍ୱିଗି ଆପକୁ ଇଂଷ୍ଟଲ୍‌ କରୁଥିବା ଗ୍ରାହକ ଚିକେନ୍‌ ବିରିଆନି ମଗାଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ସେହି ଭଳି ସିଙ୍ଗଡା ହେଉଛି ଭାରତୀୟଙ୍କ ପ୍ରିୟ ଜଳଖିଆ । ବର୍ଷକ ଭିତରେ ପ୍ରାୟ ୫ମିଲିଅନ ସିଙ୍ଗଡା ଅର୍ଡର ହୋଇଥିବା ଜଣାପଡିଛି । ସେହିଭଳି ସିଙ୍ଗଡା ତଳକୁ ରହିଛି ପାଓ ଭାଜି ।
ଭାରତର ନମ୍ବର ୱାନ୍‌ ଖାଦ୍ୟ ତାଲିକାରେ ଚିକେନ୍‌ ବିରିୟାନି

ଯାହା ହେଉଛି ଭାରତୀୟଙ୍କ ଦ୍ୱିତୀୟ ପସନ୍ଦର ଜଳଖିଆ, ଯାହା ୨.୧ ମିଲିଅନ ଅର୍ଡର କରାଯାଇଛି । ମିଠା ଭୋଜନରେ ରହିଛି ଗୋଲାପଜାମୁନ୍‌ ଓ ରସମଲାଇ ଯାହା । ଗୋଲାପଜାମୁନ୍‌ ୨.୧ ମିଲିଅନ ଅର୍ଡର ହୋଇଥିବା ବେଳେ ରସମଲେଇ ୧.୨୭ ମିଲିଅନ ଅର୍ଡର ହୋଇଛି । ସ୍ୱିଗିର ଷଷ୍ଠ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ଭାରତର ନମ୍ବର ୱାନ୍‌ ଖାଦ୍ୟ ତାଲିକାରେ ଚିକେନ୍‌ ବିରିୟାନି

ଏହି ରିପୋର୍ଟରେ ଫଳ ଓ ପନିପରିବାକୁ ନେଇ ମଧ୍ୟ ତଥ୍ୟ ରହିଛି । ତଥ୍ୟ ଅନୁସାରେ ୨୦୨୧ରେ ପ୍ରାୟ ୨୮ ମିଲିଅନ ଫଳ ଓ ପନିପରିବା ସ୍ୱିଗିରୁ ମଗାଯାଇଛି । ଏଥିରେ ଟମାଟୋ, କଦଳୀ, ଆଳୁ ଓ କଞ୍ଚାଲଙ୍କା ସବୁଠାରୁ ଅଧିକ ମଗାଯାଇଛି ।

Launching Ceremony of “AYUSHMAN BHARAT

Comments are closed.