ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ବିଶେଷ ପ୍ରକାର କବଚ ତଥା ଶିଲïକୁ ବ୍ୟବହାର କରୁଛନ୍ତି । ଏହି କବଚ ସାହାଯ୍ୟରେ ସେହି ବ୍ୟକ୍ତିଙ୍କର ପୁରା ଶରୀର ଗାଏବ ହୋଇଯାଉଛି । କେବଳ ସେହି ସ୍ଥାନର ବ୍ୟାକଗ୍ରାଉଣ୍ଡ ହିଁ ଦେଖାଯାଉଛି । ତେବେ ଏହି ସ୍ୱତନ୍ତ୍ର ଶିଲï ବା କବଚକୁ ବ୍ରିଟେନର ଟେକ୍ କମ୍ପାନୀ ଇନଭିଜିବଲ୍ ଶିଲï ପ୍ରସ୍ତୁତ କରିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଅଦୃଶ୍ୟ କବଚ ପ୍ଲାଷ୍ଟିକରେ ନିର୍ମିତ ଏକ ଶିଲï ।

ଏହି ପ୍ଲାଷ୍ଟିକ ବିଦୁ୍ୟତ କିମ୍ବା କୌଣସି ଶକ୍ତି ଉତ୍ସର ଆବଶ୍ୟକ କରେ ନାହିଁ । ଏକ ରିପୋର୍ଟ ଅନୁଯାୟୀ ଏହାକୁ ପ୍ରସ୍ତୁତ କରିବା ପାଇଁ ଅପଫିକାଲ ଲେନ୍ସର ବ୍ୟବହାର କରାଯାଇଛି । ଏହା ଆଲୋକକୁ ପ୍ରତିଫଳିତ କରେ, ଯାହାଦ୍ୱାରା ଅନୁଭୂତ ହୁଏ ଯେ ଶିଲï ପଛରେ ଛିଡ଼ା ହୋଇଥିବା ବ୍ୟକ୍ତି ସେଠାରେ ନାହିଁ । ଏହି କବଚ ବିଜ୍ଞାନର ଲେଣ୍ଟିକୁଲର୍ ପ୍ରିଣ୍ଟିଂ ଟେକ୍ନଲୋଜି ଉପରେ କାମ କରିଥାଏ । ଏହା ଥ୍ରୀଡି ଫଟୋ ପରି ହୋଇଥାଏ । ବାସ୍ତବରେ ଏହା ଶିଲï ସ୍ୱଚ୍ଛ ନୁହେଁ ।

ଏହାକୁ ବ୍ୟବହାର କରିବା ବେଳେ ସେହି ସମୟର ଆଲୋକ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିର୍ବାହ କରିଥାଏ । ଅର୍ଥାତ ଆଲୋକ ଯେତେ ଅଧିକ ରହିବ, ଏହି କବଚ ସେତେ ଭଲ ଭାବେ କାମ କରିବ । ଏହାକୁ ନିର୍ମାଣ କରିଥିବା କମ୍ପାନୀ ଦାବି କରିଛି ଯେ ଶିଲï ପଛରେ ଠିଆ ହୋଇଥିବା ବ୍ୟକ୍ତିକୁ ନିକଟରୁ କିମ୍ବା ୧୦୦ ମିଟର ଦୂରତାରୁ ଦେଖିଲେ ମଧ୍ୟ ତାହା ଗାଏବ ହିଁ ନଜର ଆସିବ । ପରୀକ୍ଷଣ ସଫଳ ହେବା ପରେ କମ୍ପାନୀ ଏପର୍ଯ୍ୟନ୍ତ ମାତ୍ର ୨୫ଟି ଏପରି ଶିଲï ନିର୍ମାଣ କରିଛି । ଏହାକୁ ଦୁଇ ଆକାରରେ ପ୍ରସ୍ତୁତ କରାଯାଇଛି ।

ପ୍ରଥମ ୧୨.୨ ଇଞ୍ଚ ଲମ୍ବା ଏବଂ ୮.୩ ଇଞ୍ଚ ଓସାର । ଏହାର ମୂଲ୍ୟ ୪ ହଜାର ୮୫୮ଟଙ୍କା ରହିଛି । ସେହିପରି ଅନ୍ୟ କବଚର ଆକାର ପ୍ରଥମରୁ ତିନି ଗୁଣ ଅଧିକ । ଏହାର ମୂଲ୍ୟ ୨୯ ହଜାର ୬୭୮ ଟଙ୍କା ରହିଛି । ଏଥିସହ ଏଥିରୁ ପରିବେଶକୁ କୌଣସି ପ୍ରକାର କ୍ଷତି ହେବ ନାହିଁ ବୋଲି କମ୍ପାନୀ କହିଛି ।

Comments are closed.