ତିରୁଭନନ୍ତପୁରମ୍: ଆଜି କେରଳରୁ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜୁଲାଇ ମାସରେ ୟୁଏଇରୁ ଫେରିଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ସେ ବର୍ତ୍ତମାନ ମଞ୍ଜରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଜଣଙ୍କ କାହା କାହା ସହ ମିଶିଛନ୍ତି , ତାହା ଉପରେ ଦୃଷ୍ଟି କରାଯାଇ ପରୀକ୍ଷଣ କରାଯାଉଥିବା କଥା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି ।
ଅନ୍ୟପକ୍ଷରେ, କେରଳରେ ଏହା ତୃତୀୟ ମଙ୍କିପକ୍ସ କେସ୍ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ଯେପରି ମଙ୍କିପକ୍ସ ନବ୍ୟାପୁ ସେନେଇ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ, ଲକ୍ଷଣ ଥିବା ଲୋକମାନେ ପୃଥକ ଭାବେ ରହିବାକୁ କୁହାଯାଇଛି । ଏହାସହିତ ମଙ୍କିପକ୍ସ ଲକ୍ଷଣ ଥିବା ଲୋକଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନଜର ରଖିବେ । ସେମାନଙ୍କୁ ପୃଥକବାସ ରଖାଯାଇ, ପରୀକ୍ଷଣ ଓ ଚିକିତ୍ସା କରାଯିବ ।
ସୂଚନା ଥାଉଯେ, କିଛିଦିନ ତଳେ କେରଳରୁ ୨ ଜଣ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପ୍ରଥମେ ଜୁଲାଇ ୧୪ ତାରିଖରେ କେରଳରୁ ଦେଶର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲା ।
Comments are closed.