ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ

ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍‌ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା । ସଙ୍ଗଠନ ପକ୍ଷରୁ ଏ ନେଇ ଆୟୋଗର କମିସନରଙ୍କୁ ଏକ ଚିଠି ଲେଖି ଅନୁରୋଧ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରକାରୀ କୃଷି ମହାବିଦ୍ୟାଳୟ, ଇଂଜିନିୟରିଂ କଲେଜ ସମେତ ଅନେକ ବେସରକାରୀ ଶିକ୍ଷାୟତନ ଥିବାରୁ ଏଠାରେ ପରୀକ୍ଷା କେନ୍ଦ୍ର କରିବାରେ କୌଣସି ବାଧା ନାହିଁ ବୋଲି ସଙ୍ଗଠନ ଦର୍ଶାଇଥିଲା ।

ପୁଣି ଭବାନୀପାଟଣାରୁ ପଡ଼ୋଶୀ ନରବଙ୍ଗପୁର, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାକୁ ଗମନାଗମନ ସୁବିଧା ରହିଛି । ପୁଣି ଏହି ସହର ଅନ୍ୟ ପଡ଼ୋଶୀ ଜିଲ୍ଲାବାସୀଙ୍କ ପାଇଁ କେନ୍ଦ୍ରସ୍ଥଳୀ ଅଟେ । ଏଠାରେ ପରୀକ୍ଷା କେନ୍ଦ୍ର ହେଲେ ପିଲାମାନେ କମ୍‌ ଖର୍ଚ୍ଚରେ ପରୀକ୍ଷା ଦେବାର ସୁବିଧା ପାଇପାରିବେ ବୋଲି ସଙ୍ଗଠନର ସଭାପତି ଧନଞ୍ଜୟ ଦୀପ, ସମ୍ପାଦକ ଯତୀନ୍ଦ୍ର କରଙ୍କ ନେତୃତ୍ୱରେ ଏକ ପ୍ରତିନିଧିର ଦଳ ଦାବି କରିଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ ସଙ୍ଗଠନ ଏଇ ଦାବିକୁ ଗ୍ରହଣ କରିବା ସହ ଭବାନୀପାଟଣାରେ ପରୀକ୍ଷା କେନ୍ଦ୍ର ପାଇଁ ରାଜି ହୋଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

Launching Ceremony of “AYUSHMAN BHARAT

Comments are closed.