ଦୁନିଆରେ ବିଭିନ୍ନ ପ୍ରକାରର ଘାସ ଦେଖିବାକୁ ମିଳିଥାଏ । ଏମାନଙ୍କର ପ୍ରକାର ସହିତ ଆକାର ସବୁ ଭିନ୍ନ ହୋଇଥାଏ । ତେବେ ବୈଜ୍ଞାନିକଙ୍କୁ ଅଷ୍ଟ୍ରେଲିଆରେ ସାର୍କ େୱ ପାଣି ଭିତରେ ଏକ ଅଦ୍ଭୁତ ଧରଣର ଘାସ ମିଳିଛି । ଏହି ଘାସର ଜେନେଟିକ୍ ଟେଷ୍ଟ କରିବା ପରେ ଏକ ଅଜବ ତଥ୍ୟ ସାମନାକୁ ଆସିଛି ।
ପ୍ରାୟ ୧୮୦ କିମିରେ ବିସ୍ତାରିତ ଏହି ଘାସଟି ଗୋଟିଏ ମଞ୍ଜିରୁ ଉଠିଛି । ସେହିଭଳି ଘାସଟି ପ୍ରାୟ ୪,୫୦୦ ବର୍ଷ ପୁରୁଣା ଅଟେ । ଏହା ଏକ ପ୍ରକାରର ସମୁଦ୍ରଘାସ । ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଆବିଷ୍କାର କରିଛନ୍ତି । ଗବେଷକ ମାନେ କେତେପ୍ରକାରର ଘାସ ମିଶି ଗୋଟିଏ ସମୁଦ୍ରଘାସର ମଇଦାନ ପ୍ରସ୍ତୁତ କରନ୍ତି ଜାଣିବା ପାଇଁ ଏହି ଗବେଷଣା କରିଥିଲେ ।
ହେଲେ ଗବେଷଣାରେ ଜଣାପଡିଥିଲା କି ଏହା ଗୋଟିଏ ଗଛ, ଯାହା ବର୍ତ୍ତମାନ ପୃଥିବୀର ସବୁଠାରୁ ବଡ ବିସ୍ତିର୍ଣ୍ଣ ଗଛ । ଏହି ଜଙ୍ଗଲଟି ବଢିବା ପାଇଁ ପ୍ରାୟ ୪,୫୦୦ ବର୍ଷ ନେଇଥିବ ବୋଲି ଜଣାପଡିଛି । କାରଣ ଏହା ପ୍ରତିବର୍ଷ ପାଖାପାଖି ୩୫ ସେମି ବଢିଥାଏ ବୋଲି ଗବେଷଣାରୁ ଜଣାପଡିଛି । ଯାହା ବର୍ତ୍ତମାନ ସମୟରେ ସର୍ବପୂରାତନ ମଧ୍ୟ ।

Comments are closed.