ରାଜ୍ୟରେ ବଦଳୁଛି ପାଣିପାଗ,ମାଘ ମାସରେ ଖରା ହେଲାଣି ଟାଇଁ ଟାଇଁ

ଭୁବନେଶ୍ୱର : କଥାରେ କହନ୍ତି ମାଘ ମାସ ଶୀତ ବାଘ ପରି I କିନ୍ତୁ ଏହା ଏବେ ସ୍ୱପ୍ନ ହେଲାଣି I ବଦଳୁଥିବା ପାଣିପାଗ ଅନୁସାରେ ୬ ରୁତୁ ରୁ ଏବେ କେବଳ ୩ଟି ଋତୁ ଅନୁଭୂତ ହେଉଥିବାବେଳେ,ଆସ୍ତେ ଆସ୍ତେ ଶୀତ ବି ଗାୟବ ହେବାକୁ ବସିଛି I ସେହିଭଳି ବର୍ଷା ଦିନରେ ଲଘୁଚାପ ବର୍ଷା କୁ ଛାଡିଦେଲେ ମୌସୁମୀ ବର୍ଷା ନାହିଁ କହିଲେ ଚଳେ I ଶୀତରେ ପୌଷ ମାଘ ମାସ ଏବେ କେବଳ ବର୍ଣ୍ଣବୋଧ ବହିରେ ହିଁ ସୀମିତ ହୋଇ ରହି ଯାଇଛି ବୋଲି ମନେ ହୁଏ I କାରଣ ସବୁ ବର୍ଷ ତୁଳନାରେ ଚଳିତ ବର୍ଷ ଖରାକୁ ଦେଖିଲେ ଜଣା ପଡୁଛି I ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହେଇ ଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡିଶା ଅପେକ୍ଷା ରାଜଧାନୀରେ ଶୀତ କମ ରହୁଥିଲେ ମଧ୍ୟ ଏ ବର୍ଷ ଜାନୁଆରୀ ୫ ଠାରୁ କ୍ରମଶଃ ଖରା ବୃଦ୍ଧି ପାଇବାରେ ଲାଗିଛି I ସେହିଭଳି ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ରହୁଛି ପାରଦ । ଦିନରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି । ୧୭ ସହରରେ ୩୨ ଡିଗ୍ରୀ ଉପରେ ରହିଥିଲା ଦିନ ତାପମାତ୍ରା । ଗତକାଲି ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଥିଲା ୩୨.୯ ଡିଗ୍ରୀ ସେଲସିୟସ୍‌ । ଆଗାମୀ ୪-୫ ଦିନରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ । ଏଥିପାଇଁ ରାଜ୍ୟରେ ତାପମାତ୍ରା ବଢୁଛି । ଆଗକୁ ଦିନର ତାପମାତ୍ରା ଆହୁରି ବଢ଼ିବପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ।

Govt

Comments are closed.