ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ରାସ୍ତାରୋକ ବେଳେ ପିଟିଲା ପୁଲିସ

ବରଗଡ଼ : ଟ୍ରକ ଧMାରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି । ଡ୍ରାଇଭରକୁ ଗିରଫ ଦାବିରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ସେପଟେ ରାସ୍ତାରୋକ କରିଥିବା ୭ ଜଣଙ୍କୁ ପୁଲିସ ଧରି ଥାନାରେ ଅଟକ ରଖିଛି । ବରଗଡ଼ ଜିଲ୍ଲା ବିଜେପୁରରେ ଏଭଳି ଘଟଣାକୁ ନେଇ ଉତ୍ତେଜନା ଉଗ୍ର ରୂପ ନେଇଛି ।

ମଙ୍ଗଳବାର ସକାଳେ ବିଜେପୁର ଗଂଜେଇଭାଟି ଛକରେ ଏକ ଟ୍ରକ ଧMାରେ ସ୍ଥାନୀୟ ପହଣ୍ଡି ଗାଁ’ର ସୁନୀତା ମେହେର ନାମକ ଜଣେ ଛାତ୍ରୀ ଗୁରୁତର ହୋଇଥିଲେ । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବରଗଡ଼ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କି;ୁ ସେଠାରେ ସଂପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ ଦାବି ନେଇ ବିଜେପୁରରେ ଲୋକେ ରାସ୍ତାରୋକ କରିଥିଲେ । ଏହି ସମୟରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲାଠି ଚାର୍ଜ କରିଥିଲା । ମାଡ଼ରେ ଲହୁଲୁହାଣ ଲୋକେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ହେଲେ ଏହି ଘଟଣା ପରେ ସ୍ଥିତି ଆହୁରି ସଂଗୀନ ହୋଇପଡ଼ିଛି । କାରଣ ପୁଲିସ ନ୍ୟାୟ ଦାବି କରି ଧାରଣାରେ ବସିଥିବା ଲୋକଙ୍କ ବୁଝାସୁଝା ନ କରି ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି ।

ଏନେଇ ପଦମପୁର ଏସଡ଼ିପିଓ ବିଭୁତି ଭୋଇ କହିଛନ୍ତି, ସକାଳେ ଜଣେ ଛାତ୍ରୀଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିଲା । ଖବର ପାଇ ପୁଲିସ ଆହତଙ୍କୁ ସ୍ଥାନାନ୍ତର କରିବା ସହ ଅନ୍ୟଏକ ମାମଲାର ତଦନ୍ତ ପାଇଁ ଯାଇଥିଲା । ଏହି ସମୟରେ କିଛି ଲୋକ ହିଂସା କାଣ୍ଡ ଘଟାଇଥିଲେ । ଏହି ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ଏବଂ ୭ ଜଣଙ୍କୁ ଗିରଫ କରାଯାଇଛି । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଖୋଜା ଯାଇଥିବା ବେଳେ ଟ୍ରକ ଜବତ କରାଯାଇଛି ।

Govt

Comments are closed.