ପୁରୀ : ସ୍ୱର୍ଗଦ୍ୱାରରେ ଏଣିକି ଗଛ କାଠ ବଦଳରେ ବ୍ୟବହାର ହେବ ଗୋ କାଷ୍ଠ । ଗୋବର ଘଷିିରେ ହେବ ଶବ ସତ୍କାର । ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହା ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ହେବ । ଖୁବଶୀଘ୍ର ବିଚାରବିମର୍ଶ କରି ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଗୋ ସୁରକ୍ଷା, ଗୋ ମୂତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠନ ହେବ କମିଟି । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ ।

Comments are closed.