ନୂଆଦିଲ୍ଲୀ : ଗାଈକୁ ଜାତୀୟ ପଶୁ ଭାବରେ ମାନ୍ୟତା ପ୍ରଦାନ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ I ବିଚାରପତି ସଞ୍ଜୟ କିଶାଲ କୌଲ ଏବଂ ଜଷ୍ଟିସ୍ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଆବେଦନକାରୀ ଓକିଲଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ପଚାରିଥିଲେ ଏହା କଣ କୋର୍ଟଙ୍କ କାମ ? କାହାର ମୌଳିକ ଅଧିକାର ଏ ନେଇ ଉଲ୍ଲଂଘନ ହେଉଛି କି ? ବାରମ୍ବାର ଅନାବଶ୍ୟକ ପଟିସନ ଦାଖଲ ହେବା ଯୋଗୁ ଅଯଥା ସମୟ ଅପଚୟ ହେଉଛି । ଆମେ ସେଥିପାଇଁ ବାଧ୍ୟ ହୋଇ ଜରିମାନର କରୁଛୁ । ଆବେଦନକାରୀଙ୍କ ଓକିଲ କହିଥିଲେ ଆମ ପାଇଁ ଗାଈର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।
ଏଥିପାଇଁ ସରକାର ବିଚାର କରିବା ଜରୁରୀ । ଶେଷରେ ବିଚାରପତି କହିଥିଲେ ଏହି ପିଟିଶନର ଶୁଣାଣୀ ଆବଶ୍ୟକତା ନାହିଁ । ଏହାକୁ ତୁରନ୍ତ ଖାରଜ କରାଯାଉ । ନ ହେଲେ ଜରିମାନା କରାଯିବ । ଶେଷରେ ଆବେଦନକାରୀଙ୍କ ଓକିଲ ଏହାକୁ ପ୍ରତ୍ୟାହାର କରିଥିଲେ ।

Comments are closed.