ଭୁବନେଶ୍ୱରର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି । ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟ୍ରେ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଚଳାଚଳ ପାଇଁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ପୁରୀରୁ ହାୱଡା, ପୁରୀରୁ ରାୟପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଚଳାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ରାଜ୍ୟ ଦାବି କରିଛି ।
ସୂଚନା ଅନୁଯାୟୀ, ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିଛି । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିବ । ଟ୍ରେନ ପୁଣି ପୁରୀରୁ ୧.୫୦ରେ ବାହାରିବ ଏବଂ ହାୱଡାରେ ୮.୩୦ରେ ପହଞ୍ଚିବ । ବାଟରେ ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯIଯପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଷ୍ଟେଶନରେ ୨ ମିନିଟ ପାଇଁ ରହିବ । ଏହି ବନ୍ଦେ ଭାରତ ଟ୍ରେନରେ ୧୬ଟି ବଗି ସଂଯୋଗ କରା ଯାଇଥିଲା । ଖଡଗପୁର ଇଊଜଗ ଗିରିଶ କୁମାରଙ୍କ ନେତୃତ୍ବରେ ଏହି ଟ୍ରେନ ଆସିଥିଲା । ଏହି ଟ୍ରେନ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ରେଲୱେ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟ୍ରେନକୁ ସ୍ଵାଗତ କରିଥିଲେ।

Comments are closed.