ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ ଏଆଇ କ୍ୟାମେରା। ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ତେଣୁ ମନ୍ଦିର ଚାରି ପଟେ ଲାଗୁଛି ସିସିଟିଭି । ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ମନ୍ଦିରର ସୁରକ୍ଷା ସହ ଭିଡ ନିୟନ୍ତ୍ରଣ, ଭିତର ଶୋଧ, ମୋବାଇଲ ପ୍ରବେଶ, ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ । ତା ସାଙ୍ଗକୁ ବେଳାଭୂମି ସହ ରହିବ ପୁରା ସହର।
ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ମନ୍ଦିର ଭିତର ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି, କୌଣସି ଅଘଟଣା ବା ସନ୍ଦିଗ୍ଧ କାର୍ଯ୍ୟ ସିସିଟିଭି ଦ୍ୱାରା ଧରାପଡିବ । ଏହା ପୋଲିସକୁ ମନ୍ଦିରରେ ଦର୍ଶନାର୍ଥୀଙ୍କ ଦର୍ଶନ ସୁପରିଚାଳନାରେ ସହାୟକ ହେବ ବୋଲି କମିଟି ଅନୁଭବ କରିବାରୁ ଏମିତି ନିଷ୍ପତ୍ତି ନେଇଛି । ଖାଲି ବାହାର ନୁହେଁ, ଏଆଇ କ୍ୟାମେରା ମନ୍ଦିରର ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡା ଓ ଅନ୍ୟ ସ୍ଥାନ ଉପରେ ନଜର ରଖିବ । କିନ୍ତୁ କେବେ ଏହା କେବେ କାର୍ଯ୍ୟକାରୀ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.