ଜମନକିରା : ଭାରତ ସଂସ୍କୃତି ପରମ୍ପରା ବହୁଳ ଦେଶ । ଏଠି ପିତାମାତାଙ୍କୁ ଭଗବାନଙ୍କ ଦରଜା ଦେଇ ପୂଜାର୍ଚ୍ଚନା କରାଯାଇଥାଏ । ଉଦାହରଣ ସ୍ୱରୁପ ଶ୍ରବଣ କୁମାର ଯିଏ କି, ନିଜ ଅନ୍ଧ ବୃଦ୍ଧ ପିତା ମାତାଙ୍କୁ ନିଜ କାନ୍ଧରେ ବୋହି ସଂସାର ଭ୍ରମଣ ପାଇଁ ବାହରି ପଡ଼ିଥିଲେ ଏବଂ ପର୍ଶୁରାମ ଯିଏ କି ନିଜ ପିତାଙ୍କ ଆଜ୍ଞାକୁ ଅବଜ୍ଞା କରୁନଥିଲେ । କି;ୁ ଯୁଗ ବଦଳିବା ସହ ଏବେ ସମସ୍ତ ସଂସ୍କୃତି ଓ ପରମ୍ପରା ବଦଳିବାରେ ଲାଗିଛି । କେହି କାହାରିକୁ ମାନୁନଥିବା ଦେଖିବକୁ ମିଳୁଛି ।
ଏମିତି ଜଣେ ପୁଅ ପାଇଁ ବୃଦ୍ଧ ମାତାପିତା ଅଲୋଡ଼ା ହୋଇ ପଡିଛନ୍ତି । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ସଦର ମହକୁମାରେ । ପରିଣତ ବୟସରେ ଗ୍ରାମର ଭାସ୍କର ବଗର୍ତ୍ତି (୭୮) ଓ ସ୍ତ୍ରୀ ପଦ୍ମାବତୀ ବଗର୍ତ୍ତିଙ୍କୁ(୭୫)ପୁଅ ନିର୍ଯାତନା ଦେଇ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଯେ, କିଛିବର୍ଷ ତଳେ ବୃଦ୍ଧ ଭାସ୍କରଙ୍କ ନାମରେ ଏକ ପMା ଘର ଆସିଥିଲା । ହେଲେ ଘରଟି ପୂରଣ ହେବା ପରେ ତାଙ୍କ ପୁଅ ସେ ଘରକୁ ନିଜ ଘର ବୋଲି ବୃଦ୍ଧ ଦମ୍ପତିଙ୍କୁ ତଦିଦେଲା । ଏହି ଅସହାୟ ବୃଦ୍ଧ ଦମ୍ପତି ଏବେ ଗାଁ ମୁଣ୍ଡରେ ଏକ ଝାଟିମାଟି ଭଙ୍ଗା କୁଡ଼ିଆରେ କପଡା ଟାଣି ରହୁଥିବା ଦେଖିବକୁ ମିଳୁଛି । ଯେଉଁଠି କି ସବୁ ସମୟରେ ସାପ ସରୀସୃପର ଭୟ ରହୁଥିବା ସହ ଟାଣୁଆ ଖରା ଏବଂ ବର୍ଷାରେ ପାଣି ଗଲିଯାଉଥିବା କହିଛନ୍ତି । ପିତା ଭାସ୍କର ନିଜ ତଥା ସ୍ତ୍ରୀର ପେଟ ପୋଷିବା ପାଇଁ ବାଧ୍ୟ ହୋଇପଡିଛନ୍ତି । ଉଭୟ ଏହି ବୟସରେ ମଜୁରୀ କରି ରୋଜଗାର କରିବା ସମ୍ଭବ ହେଉନଥିବାରୁ ଏକ ଶିବ ପ୍ରତିମା ଧରି ଘରଘର ବୁଲି ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି । ପୁଅମାନେ ଅନ୍ୟତ୍ର ପରିବାର ଧରି ବେଶ ଆରାମରେ ଚଳୁ ଥିବାବେଳେ ବାପା ମା’ ମୁଠାଏ ଦାନା ପାଇଁ ସଙ୍ଘର୍ଷ କରୁଛନ୍ତି । ପୂର୍ବରୁ ଗୋଟିଏ ଘରେ ଭାସ୍କରଙ୍କ ପୁରା ପରିବାର ରହୁଥିଲେ । ହେଲେ ଗତ ଚାରିମାସ ତଳୁ ବଡ଼ପୁଅ ର୍ନିର୍ଯାତନା ଦେଇ କୁଆଡେ ଘରୁ ତଡ଼ିଦେଇଥିଲା । ଉପାୟ ଶୂନ୍ୟ ହୋଇ ଭାସ୍କର ନିଜ ବୃଦ୍ଧା ପତ୍ନୀଙ୍କୁ ନେଇ ଗାଁ ଶେଷମୁଣ୍ଡ ମଶାଣି ନିକଟରେ ଥିବା ଏକ ଭଙ୍ଗା କୁଡ଼ିଆରେ ଆଶ୍ରୟ ନେଇଛନ୍ତି ।
ତଥାପି ବାପା ମା ପୁଅର ସୁ ଜୀବନ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ହେଲେ ଏବେ ଭାସ୍କରଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଯାଇଛି । ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଓ ଖାଇବା ପାଇଁ ଚାଉଳ ମୁଠାଏ ବ୍ୟବସ୍ଥା କରିବାକୁ ଗାଁ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଜମନକିରା ବିଡ଼ିଓ ଟୁନୂ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ଉଭୟଙ୍କୁ ଥଇଥାନ କରାଯିବା ସହ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Comments are closed.