ମାଲକାନଗିରି : ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଆଦିମ ଜନଜାତିର ପୁଅ । ଆକାଶ ମାର୍ଗରେ ଦେଖାଇଲେ ପାରଦର୍ଶିତା । ୧,୨୦୦ ଫୁଟ୍ ଉପରୁ ଯୁଦ୍ଧ ବିମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି । ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।
ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ । ସେ ମାଲକାନଗିରି କଲେଜର ଶେଷ ବର୍ଷ ଛାତ୍ର । ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଏନସିସି କ୍ୟାମ୍ପରେ ସେ ଯୋଗଦେଇଥିଲେ । ସାରା ଭାରତରୁ ୧୪ ଲକ୍ଷ ଏନସିସି କ୍ୟାଡେଡ୍ ଯୋଗଦେଇଥିବା ବେଳେ ଲକିନାଥ ହେଉଛନ୍ତି ଏକମାତ୍ର ଓଡ଼ିଆ । ୨୫ ଦିନ ଧରି ଚାଲିଥିବା ଏହି କ୍ୟାମ୍ପରେ ଉତ୍ତରପ୍ରଦେଶର ଆଗ୍ରା ଏୟାରବନ୍ ଟ୍ରେନିଂ ସ୍କୁଲରେ ଲକିନାଥ ୧୫ ଦିନର ତାଲିମ ନେଇଥିଲେ । କିଭଳି ଯୁଦ୍ଧ ବିମାନରୁ ଆବଶ୍ୟକସ୍ଥଳେ ପାରାଚୁଟ୍ ମାଧ୍ୟମରେ ତଳକୁ ଗ୍ଲେଡିଂ କରିବେ, ତା’ର ରଣ କୌଶଳ ଶିଖିଥିଲେ । ଲୋକନାଥଙ୍କ ପାରଦର୍ଶିତାକୁ ଦେଖି ଉତ୍ସାହିତ ହୋଇଥିଲେ ଏୟାର ଫୋର୍ସର କର୍ମଚାରୀ । ସେ ପ୍ରଥମେ ୩୦ ଫୁଟରୁ ଆରମ୍ଭ କରି ୧୨୦୦ ଫୁଟ୍ ଉଚ୍ଚତାରୁ ଯୁଦ୍ଧ ବିମାନରୁ ଗ୍ଲାଡିଂ କରିଥିଲେ । ସେଥିପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଲୋକିନାଥ । ଆଗାମୀ ଦିନରେ ସେନାବାହିନୀରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଜଣେ ଏନସିସି କ୍ୟାଡେଟ୍ ସର୍ବଭାରତୀୟ ସ୍ତରରେ ଚମକ ପଦର୍ଶନ କରିବା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି ମାଲକାନଗିରି କଲେଜର ଅଧ୍ୟକ୍ଷ ଅଶୋକ ଷଡଙ୍ଗୀ । ଲକିନାଥଙ୍କ ଉଜ୍ୱଳମୟ ଭବିଷ୍ୟତ କାମନା କରୁଛି ବୋଲି ସେ କହିଛନ୍ତି ।

Comments are closed.