ସୁନ୍ଦରଗଡ଼ : ପାରିବାରିକ କଳହର ଉଗ୍ର ରୂପ I ଖୁଡିକୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟାକଲା ପୁତୁରା। ଏଭଳି ଅମାନୁଷିକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁର ଖୋଲ ଗ୍ରାମରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପଦ୍ମା ମିର୍ଦ୍ଧା। ହତ୍ୟାକାରୀ ପୁତୁରା ହେଲା ରାକେଶ ମିର୍ଦ୍ଧା I ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି। ଜମି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I
ସୂଚନା ଅନୁସାରେ, ପଦ୍ମା ମିର୍ଧା ପାଖରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ପୁତୁରା ଏକ ବାଡି ଆଣି ପଦ୍ମାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ସେ ତଳେ ପଡ଼ିଯିବା ଫଳରେ ଅଭିଯୁକ୍ତ ପଦ୍ମାଙ୍କୁ ପଥର ଛେଚି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଖବର ଦେଇଥିଲେ। ଖବରପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି I

Comments are closed.