ସିକ୍ୟୁରିଟି ଗାର୍ଡଙ୍କୁ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର : ପାର୍ବଣ ଋତୁରେ ରାଜଧାନୀରେ ବଢିଚାଲିଛି ଆତଙ୍କ ରାଜ I କେଉଁଠି ଲୁଟପାଟ ତ କେଉଁଠି ହଣାକଟା I କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ , ବିଚ ରାସ୍ତାରେ ଏକ ସୋରୁମ ର ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଏକ ଅଟୋ ସୋ ରୁମ୍ ରେ ଡିୟୁଟି କରୁଥିବା କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କୁ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁର୍ବୁତ୍ତ ।

ସୂଚନାନୁସାରେ,ଗତ ରାତିରେ ପୁରୀ ବାଇପାସ୍ ରୋଡ୍‌ରେ ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି । ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି । ଆହତ ସିକ୍ୟୁରିଟି ଗାର୍ଡଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ମିଳି ନଥିବାବେଳେ ତଦନ୍ତକୁ ଜୋରଦାର କରିଛି ପୋଲିସ ।

Govt

Comments are closed.