ଚାନ୍ଦବାଲି : କେନ୍ଦ୍ରାପଡା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣା ମନରୁ ନ ଯାଉଣୁ ଚାନ୍ଦବାଲିରେ ପୁଣି ଘଟି ଯାଇଛି ଭୟଙ୍କର ବାଣ ବିସ୍ଫୋରଣ I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣ ସାହି ଗାଁରେ I ସେହି ଗାଁରେ ବାଣ ଦୋକାନୀ ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲ। ପ୍ରଚଣ୍ଡ ଶବ୍ଦ ଯୋଗୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଘରର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହିତ ଓ ଛାତ ଉଡିଯାଇଥିଲା । ପୋଡି ହୋଇ ଗୁରୁତର ହୋଇଥିବା ବିଷ୍ଣୁ ମୋହନଙ୍କୁ ତୁରନ୍ତ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା । ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ଓ ବାଣ କାରିଗର। ଘରେ ଗଚ୍ଛିତ ଥିବା ବାଣ କୌଣସି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଘରେ ଥିବା ଇନଭର୍ଟର ବ୍ୟାଟେରୀ କିମ୍ବା ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଛି ବୋଲି ଅନୁମାନ କରାଯାଇ ପରେ । ତେବେ ନିଆଁ ଲାଗିବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘରେ ଥିବା ବାଣ ଫୁଟିବାକୁ ଲାଗିଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ଚାନ୍ଦବାଲି ଆଇ.ଆଇ.ସି ଓ ତହସିଲଦାର ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.