ଜମନକିରାରେ ଥିବା ବିସ୍ମୟ ଶିଳା ବଢ଼ୁଛି

ଜମନକିରା : ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ବୁଦେଳକାନି ଗ୍ରାମର ମୁଣ୍ଡାପଡାରେ ଏକ ବିସ୍ମୟ ଶିଳା ଦେଖିବାକୁ ମିଳୁଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ସେହି ଶିଳାଟି ବଢ଼ୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏଣୁ ଏବେ ସେହି ଶିଳାକୁ ଦେଖିବାକୁ ଆଖପାଖ ଗ୍ରାମ ଓ ଅଞ୍ଚଳରୁ ବହୁ ଲୋକ ଆସୁଛନ୍ତି ।

ଖବର ଅନୁସାରେ, ବୁଦେଲକାନି ଗ୍ରାମ ମୁଣ୍ଡାପଡ଼ାରେ ବହୁ ବର୍ଷରୁ ଏହି ପଥର ରହିଛି । ମୁଣ୍ଡା ସମ୍ପ୍ରଦାୟର ଲୋକେ ଏହି ଶିଳାକୁ ନିଜ ଭଗବାନ ମାନି ଚାଲିଆସିଛନ୍ତି । ଉକ୍ତ ଶିଳାଟି ପ୍ରତ୍ୟେକ ବର୍ଷ ବଢ଼ି ଚାଲିଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀ କହନ୍ତି ଯେ, ଶିଳାଟି ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ୧୦ ବର୍ଷ ପୂର୍ବରୁ ଏହି ଶିଳାର ଉଚ୍ଚତା ଅଢେଇ ଫୁଟ ରହିଥିବା ବେଳେ ଏବେ ଏହା ବଢ଼ି ପ୍ରାୟ ୯ ଫୁଟରୁ ଅଧିକ ଉଚ୍ଚତା ହେବ ରହିଛି ।

ତେବେ କିପରି ଶିଳାଟିର ଉଚ୍ଚତା ବଢ଼ୁଛି, ତାହା ଏବେ ସାଧାରଣରେ ପ୍ରଶ୍ନ ଉଠିଥିଲା ବେଳେ ସ୍ଥାନୀୟ ଲୋକ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି । ଏହାଛଡ଼ା ଏଠିକାର ଲୋକ କୁହନ୍ତି ଯେ, ଏଠି ପ୍ରତ୍ୟେକ ବର୍ଷ ମୁଣ୍ଡା ସମାଜର ପୂଜା ହୁଏ ଏବଂ ଅଞ୍ଚଳର ଲୋକଙ୍କ ଯାହା ମନସ୍କାମନା କରିଥାନ୍ତି ସବୁ ପୂରଣ ହୋଇଥାଏ ।

Govt

Comments are closed.