ଭୁବନେଶ୍ୱର : ଆସନ୍ତା କାଲି ସାରା ଭାରତରେ ଲାଗୁହେବ ଆୟୁଷ୍ମାନ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ଇସ୍ୟୁ କରାଯିବ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକ ମଧ୍ୟ ଏହାର ସୁବିଧା ପାଇବେ । ଆୟୁଷ୍ମାନ ଏବଂ ଗୋପବନ୍ଧୁ ଆରୋଗ୍ୟ ପାଇଁ ଗୋଟିଏ କାର୍ଡ ହେବ । ରାଜ୍ୟରେ ୩ କୋଟି ୫୦ ଲକ୍ଷ ଲୋକ ଏଥିରେ ଉପକୃତ ହୋଇ ପାରିବେ । । ପୁରୁଣା କାର୍ଡରେ ୯୫୦, ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ରହିବ ।ଏନେଇ ପ୍ରେସମିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Comments are closed.