ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟଂସିଙ୍ଗ ଯାଦବ ୨୨ ନଭେମ୍ବର ୧୯୩୯ ରେ ଜନ୍ମଗ୍ରହଣ କରିଥିଲେ। ସେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ନେଇଥିଲେ I ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ I ପାଞ୍ଚ ଭାଇଙ୍କ ମଧ୍ୟରେ ମୁଲାୟମ ତୃତୀୟ ସ୍ଥାନରେ ରହିଥିଲେ। ମୁଲାୟମ ସିଂ କୁସ୍ତି ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ I ପ୍ରଥମେ ସେ ଶିକ୍ଷକ ଥିଲେ। ଏହା ସହିତ କିଛି ସମୟ ପାଇଁ ଇଣ୍ଟର କଲେଜରେ ଶିକ୍ଷାଦାନ କରିଥିଲେ I କିନ୍ତୁ ତାଙ୍କ ପିତା ତାଙ୍କୁ ଜଣେ ରେସଲର କରିବାକୁ ଚାହୁଁଥିଲେ।
୧୯୪୭ ମସିହାରେ ଦେଶ ସ୍ଵାଧୀନ ହେବା ପରେ ଦେଶରେ ସମାଜବାଦର ସ୍ଵର ଉତ୍ତୋଳନ ହୋଇଥିଲା। ରାମ ମନୋହର ଲୋହିଆ ଏହାର ପୁରୋଧା ଥିଲେ। ୧୯୫୦ ପାଖାପାଖି ସମାଜବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମୁଲାୟମ ସିଂହ ଯାଦବ ମଧ୍ୟ ଏହି କଂଗ୍ରେସ ବିରୋଧୀ ଲହରର ଅଂଶ ହୋଇଥିଲେ। ସେହି ସମୟରେ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଲୋହିଆ ଏବଂ ତାଙ୍କର ସମର୍ଥକଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ଏହାପରେ ସାରା ରାଜ୍ୟରେ ଆନ୍ଦୋଳନକାରୀମାନେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଲେ। ଇଟାୱାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଇଟାୱାରୁ ନଥୁ ସିଂହ ଏବଂ ଅର୍ଜୁନ ସିଂହ ଭଦୌରିଆ ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ଏହି ଆନ୍ଦୋଳନକୁ ଦମନ କରିବାକୁ ପ୍ରାୟ ୨ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁଲାୟମ ସିଂହ ଯାଦବ ମଧ୍ୟ ସାମିଲ ଥିଲେ। ସେହି ସମୟରେ ମୁଲାୟମଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ନଥୁ ସିଂହଙ୍କୁ ମୁଲାୟମ ସିଂହଙ୍କ ରାଜନୀତିକ ଗୁରୁ ବୋଲି କୁହାଯାଏ। ମୁଲାୟମଙ୍କ ରାଜନୈତିକ ଯାତ୍ରା ନଥୁ ସିଂହଙ୍କ ପରମ୍ପରାଗତ ବିଧାନସଭା ଆସନ ଯଶବନ୍ତ ନଗରରୁ ହୋଇଥିଲା। ୧୯୬୭ରେ ନଥୁ ସିଂହ ନିଜେ ରାମ ମନୋହର ଲୋହିଆଙ୍କୁ କହି ମୁଲାୟମଙ୍କୁ ଯଶବନ୍ତ ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଥିଲେ।
ସମାଜବାଦୀ ଆନ୍ଦୋଳନର ପୋରଧା ଥିଲେ ମୁଲାୟମ୍ । ସେ ୧୯୮୨ -୧୯୮୫ ରୁ ବିଧାନ ପରିଷଦର ସଦସ୍ୟ ଥିଲେ। ତ୍ତରପ୍ରଦେଶ ରାଜନୀତିରେ ସାଇକେଲରୁ ଆରମ୍ଭ କରିଥିବା ଯାତ୍ରା ଯେ ଦିନେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ପହଞ୍ଚାଇଥିଲା । ୧୯୮୯ରେ ପ୍ରଥମ ଥର ୟୁପିରେ ଜନତା ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ । ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ, ୧୦ ଥରର ବିଧାୟକ, ୭ ଥରର ସାଂସଦ ଏବଂ କେନ୍ଦ୍ରରେ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳିଛନ୍ତି । ୧୯୬୭ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା, ଲୋକଙ୍କୁ ସଂଗଠନରେ ସାମିଲ କରିବା ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ସେଥିପାଇଁ ଉତ୍ତରପ୍ରଦେଶରେ ତାଙ୍କୁ ‘ଧରତୀପୁତ୍ର’ ଉପାଧି ଦିଆଯାଇଥିଲା I ଏହାସହିତ ସେ ସେ ନେତାଜୀ ନାମରେ ସେଠାରେ ଖୁବ ଲୋକ ପ୍ରିୟ ଥିଲେ I
ସମାଜବାଦୀ ଆନ୍ଦୋଳନର ପୋରଧା ଥିଲେ ମୁଲାୟମ୍ । ସମାଜବାଦୀଙ୍କ ସ୍ୱରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବାକୁ ପଣ ନେଇ ୧୯୯୨ରେ ଗଠନ କରିଥିଲେ ସମାଜବାଦୀ ପାର୍ଟି । ଏହାପର ବର୍ଷ ଅର୍ଥାତ ୧୯୯୩ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୬ରେ ଦିଲ୍ଲୀରେ ହୋଇଥିଲା ମୁଲାୟମଙ୍କ ଏଣ୍ଟ୍ରି । ୧୯୯୬ରେ ପ୍ରଥମ ଥର ଲୋକସଭା ସାଂସଦ ହେବା ପରେ ସେବର୍ଷ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୩ରେ ପୁଣି ଥରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ।
ମୁଲାୟମ ସିଂ ଯାଦବ ବର୍ତ୍ତମାନ ମୁଲାୟମ ସିଂ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ । ଉତ୍ତରପ୍ରଦେଶର ରାଜନୀତି ହେଉ ବା ଦେଶର ରାଜନୀତି, ମୁଲାୟମ ସିଂ ଯାଦବ ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ଜନନାୟକ ।

Comments are closed.