ସମ୍ବଲପୁର : ସମ୍ବଲପୁରରେ ଖାକିରେ ଫାଇଦା ଉଠାଉଛି ପୋଲିସ । ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ । ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ପ୍ରତିବାଦରେ ଡ୍ରାଇଭରମାନେ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ଟିମ୍ ଟ୍ରାଫିକ ଚେକିଂ କରୁଥିଲେ । ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ ଏକ ଗାଡି ସମ୍ବଲପୁର ଓଏସବିସି ମଦ ଡିପୋକୁ ଆସୁଥିଲାଛ କାଗଜପତ୍ର ବି ସବୁଠିକ ଥିଲା । ତଥାପି ୫ ହଜାର ଟଙ୍କା ମାଗିଥିଲା ପୁଲିସ । ଡ୍ରାଇଭରଙ୍କ ନିକଟରେ ୪ ହଜାର ଟଙ୍କା ଥିବା ବେଳେ ସେ ଏଏସଆଇ ଭିକାରୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ । ହେଲେ ଭିକାରୀ ଡ୍ରାଇଭରଙ୍କ ପକେଟରେ ହାତ ପୁରାଇ ବାକି ୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଫଳରେ ଗାଡି ଡ୍ରାଇଭର ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Comments are closed.