ବାଇକ ଡ଼ିକିରେ ପିଲାର ମୃତଦେହ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଁଚିଲେ ବାପା’ମା

ଉତ୍ତରପ୍ରଦେଶ : ଓଡ଼ିଶାର ଦାନ ମାଝୀ ଘଟଣାର ପୁନରାବୃତି ଘଟିଛି ଉତ୍ତର ପ୍ରଦେଶ ର ସିଂଗରୋଲି ଜିଲ୍ଲାରେ I ନିଜ ନବଜାତକ ଶିଶୁର ମୃତଦେହ ନେବାକୁ ଆମ୍ବୁଲାନ୍ସ ନ ମିଳିବାରୁ,ପିଲାଟିକୁ କାଗଜରେ ଗୁଡ଼ାଇ ବାଇକ ଡ଼ିକିରେ ନେଇ ଜିଲ୍ଲାପାଳଙ୍କ ଅଫିସ ରେ ପହଂଚିଥିଲେ ବାପା ମା’ I

ଘଟନାନୁସାରେ,ଗତ ଅକ୍ଟୋବର ୧୭ ତାରିଖରେ ଦିନେଶ ଭାରତୀ ତାଙ୍କ ପତ୍ନୀ ମିନା ଭାରତୀଙ୍କର ପ୍ରସବ କରାଇବାକୁ ସିଙ୍ଗରୌଲୀ ଜିଲ୍ଳାର ଏକ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଏଠାକାର ଡାକ୍ତର ସରିତା ଶାହା ମହିଳାଙ୍କ ପ୍ରସବ କରାଇବା ବଦଳରେ ଏକ ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଏଥିସହ ତାଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ନେଇଥିଲେ।

ସ୍ୱାମୀ ସ୍ତ୍ରୀ ଉକ୍ତ ଘରୋଇ କ୍ଲିନିକ୍ ରେ ପହଂଚିଥିଲେ I ସେଠାରେ ପତ୍ନୀ ମୀନାଙ୍କର ଯିବା ଯାଞ୍ଚ ସମୟରେ ଚିକିତ୍ସିକମାନେ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ଗର୍ଭବତୀ ମହିଳାଙ୍କୁ ପୁଣି ଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଦେଇଥିଲେ। ସେଠାରେ ପ୍ରସବ ପରେ ମୀନା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ମୃତ ଶିଶୁକୁ ଦେଖି ବାପା-ମା’ଙ୍କ ହୋସ୍ ଉଡିଯାଇଥିଲା। ଶିଶୁଟିର ମୃତ୍ୟୁ ପରେ ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ହସ୍ପିଟାଲକୁ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ଏହା ପରେ ବାପା ଦୀନେଶ ମୃତ ଶିଶୁଟିକୁ ଏକ କାଗଜ ଲଫାପାରେ ଗୁଡାଇ ବାଇକ୍ ଡିକିରେ ରଖି କଲେକ୍ଟରେଙ୍କ ପାଖରେ ପହଞ୍ଚିଥିଲେ।

ଜିଲ୍ଲାପାଳଙ୍କ ନିକଟରେ ଦୀନେଶ ପୂରା ଘଟଣା ବଖାଣିଥିଲେ। ଆଉ ତାଙ୍କୁ ସହାୟତା କରିବା ପାଇଁ ଗୁହାରି କରିଥିଲେ। ଏହାପରେ ତୁରନ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଏଡିଏମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.