ଭାରତର ସବୁଠ ବୟସ୍କ ବାଘର ମୃତ୍ୟୁ

ପଶ୍ଚମବଙ୍ଗ: ଜୁଲାଇ ୧୨: ମୃତ୍ୟୁବରଣ କରିଛି ଭାରତର ସବୁଠୁ ବୟସ୍କ ବାଘ । ରାଜା ନାମକ ରୟାଲ ବେଙ୍ଗଲ ଟାଇଗର ଭାରତର ସବୁଠୁ ବୟସ୍କ ବାଘ ଥିଲା । ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମବଙ୍ଗର ଆଲିପୁର ଦୁଆର ସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ସେ ପ୍ରାଣ ହରାଇଛି । ଏହି ରେସ୍କ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସା ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା । ସେବେଠାରୁ ରାଜା ଏହି ସେଣ୍ଟରରେ ରହିଆସୁଥିଲା । ଖୈରିବାଡି ଜାତୀୟ ଉଦ୍ୟାନ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିଲା ରାଜା ।ତେବେ ତା ମୃତ୍ୟୁ ପରେ ବନବିଭାଗ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ବହୁ ସ୍ଥାନୀୟ ଲୋକେ ମଧ୍ୟ ଆସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Comments are closed.