ଭୁବନେଶ୍ୱର: ମେ ୧୭: ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ମଧ୍ୟ ହଜାରୁ ଅଧିକ ଛାତ୍ରଛାତ୍ରୀ ଦେଇ ନାହାନ୍ତି ବୋଲି ଆଜି ରାଜ୍ୟ ବୋର୍ଡ ସୂଚନା ଦେଇଛି । ଆଜି ପ୍ରକାଶିତ ନବମ ପରୀକ୍ଷାଫଳରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ, ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ଛାତ୍ରଛାତ୍ରୀ ନବମ ପରୀକ୍ଷା ଦେଇନାହାଁନ୍ତି । ତେବେ ପରୀକ୍ଷା ନଦେବା ପଛରେ କାରଣ କ’ଣ ରହିଛି, ତାହାର ତଦନ୍ତ ହେବା ବୋଲି ବୋର୍ଡ ସୂଚନା ଦେଇଛି ।
ତେବେ ଚଳିତ ବର୍ଷ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଛାତ୍ରଛାତ୍ରୀ ନବମ ପରୀକ୍ଷା ଦେଇଥାନ୍ତେ । ହେଲେ ସେମାନଙ୍କ ମଧ୍ୟରୁ ମୋଟ ୫ ଲକ୍ଷ ୫୧ ହଜାର ୩୩୪ ଜଣ ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶିତ ପରୀକ୍ଷାଫଳରେ ୯,୦୩୯ ପିଲାଙ୍କୁ ‘ଏଆଇ’ ଗ୍ରେଡ୍ ଦିଆଯାଇଥିବାର ଜଣାପଡିଛି ।
ଅନ୍ୟପକ୍ଷରେ, ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶମକୁ ଉନ୍ନତି ହେବେ ଏବଂ ‘ଏଫ୍(ଆଇଆଇ)’ପାଇଥିବା ୩୦, ୧୩୮ ପିଲାଙ୍କୁ ଇମ୍ପ୍ରୁଭ୍ମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.