ଭୁବନେଶ୍ୱର : ବଦଳିଲା ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ନାଁ I ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ I କ୍ରୀଡା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି I ଜାତୀୟ କ୍ରୀଡା ଦିବସରେ ଏହା ରାଜ୍ୟର ସଫଳ ଓ କୃତି କ୍ରୀଡ଼ାବିତ,କୋଚ,ସାମ୍ବାଦିକ ଏବଂ କ୍ରୀଡା ଅନୁଷ୍ଠାନକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ I
୨୦୦୧ରେ ଯେତେବେଳେ ବିଜୁ ଜନତା ଦଳ ରାଜ୍ୟରେ ଶାସନକୁ ଆସିଥିଲା ସେବେଠାରୁ ଏହି ପୁରସ୍କାର ପ୍ରଦାନ କରାଯାଉଅଛି । ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସରକାର ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରୁଛନ୍ତି ।

Comments are closed.