୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର : ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ମିଳିବ। ରବିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଶୁକ୍ରବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ଠାରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନାଦେଇଛନ୍ତି । ତେବେ ୱେବସାଇଟ ମାଧ୍ୟମରେ ଦେଖିବାକୁ ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସଏମଏସରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣି ପାରିବେ। ୫୬୭୬୭୫୦କୁ ଏସଏମଏସ କରି ରେଜଲ୍ଟ ପାଇପାରିବେ। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ମିଳିବ। ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରି ପାରିବେ ଛାତ୍ରଛାତ୍ରୀ।

ସେହିଦିନ ମଧ୍ୟମା ଓ ଏସଓଏସସି-୧ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ମେ ୨୯ରୁ ଜୁନ୍‌ ୫ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Govt

Comments are closed.