ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ୧୪ ଦିନିଆ ଜାମିନ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ ଶୁକ୍ରଠାରୁ ଆସନ୍ତା ୧୪ ଦିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ସର୍ତ୍ତ ମୂଳକ ଜାମିନ ମଂଜୁର ପରେ ଗୋବିନ୍ଦ ଜେଲରୁ ଆଜି ଖଲାସ ହୋଇଛନ୍ତି ।

ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ମଧ୍ୟବର୍ତ୍ତିକାଳୀନ ଜାମିନ ଦେଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ । ୫୦ ହଜାର ଟଙ୍କା ଲେଖାଏଁ ୨ଟି ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ମୁତାବକ ସେ ପ୍ରତିଦିନ ତଦନ୍ତକାରି ପୁଲିସ ଅଧିକାରୀଙ୍କୁ ଦେଖା କରିବେ । ସ୍ତ୍ରୀ, ପୁଅଝିଅଙ୍କ ଯେଉଁ ଠାରେ ଚିକିତ୍ସା କରାଇବେ ତଦନ୍ତକାରି ଅଧିକାରୀଙ୍କୁ ଜଣାଇବେ ଏବଂ କୋର୍ଟ ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡି ବାହାରକୁ ଯାଇପାରିବେ ନାହିଁ ।

ଆଜି ମାମଲାର ଏଡିଜେ କୋର୍ଟରେ ପେସି ଥିବାରୁ ଉଭୟଙ୍କୁ କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲାଛ ଅଭିଯୁକ୍ତଙ୍କ ତରଫରୁ କେଶ ଲଡ଼ୁଥିବା ଓକିଲ ଦୁର୍ଗା ପାଢ଼ୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଜବାବ ସୁଆଲ କଲାପରେ ଜାମିନ ପାଇଁ ଆବଶ୍ୟକ ପ୍ରକ୍ରିୟା କଲାପରେ୧୪ ଦିନିଆ ଜାମିନରେ ଗୋବିନ୍ଦ ସାହୁ ଜେଲରୁ ବାହାରିଥିବା ଓକିଲଙ୍କ ସୂତ୍ରରୁ ଜଣାପଡିଛି ।

Govt

Comments are closed.