ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନର ଯନ୍ତ୍ରଣାକୁ ଏକତ୍ର କରିଥିବା ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ‘ଦ କାଶ୍ମୀର ଫାଇଲ୍ସ’ ଏବେ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି । ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏବଂ ଲକଡାଉନକୁ ଦୃଷ୍ଟିରେ ରଖି ଫିଲ୍ମର ରିଲିଜ୍କୁ ସ୍ଥଗିତ କରାଯାଇଥିଲା । ଏବେ ଫିଲ୍ମର ନୂଆ ରିଲିଜ୍ ଡେଟ୍ ଘୋଷଣା କରି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଠାରୁ ଆରମ୍ଭ କରି ମୁଖ୍ୟ ଚରିତ୍ରରେ ଥିବା ଅନୁପମ ଖେର ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
ANNOUNCEMENT: #TheKashmirFiles is releasing in THEATRES on March 11. Bringing the story of #KashmiriPanditGenocide
Please support and bless us. 🙏 #KashmiriPanditGenocide pic.twitter.com/16c4am7Sff— Anupam Kher (@AnupamPKher) February 8, 2022
ଟ୍ୱିଟରେ ଲେଖାଯାଇଛି ଯେ ‘କାଶ୍ମୀରର ନରସଂହାର କାହାଣୀ ବଡ଼ ପରଦାରେ ୧୧ ମାର୍ଚ୍ଚକୁ ମୁକ୍ତିଲାଭ କରିବ’ । ଏହାସହ ହ୍ୟାସଟ୍ୟାଗ୍ ‘ରାଇଟ୍ ଟୁ ଜଷ୍ଟିସ’ ତଥା ‘ନ୍ୟାୟର ଅଧିକାର’ ବ୍ୟବହାର କରିଛନ୍ତି । ଫିଲ୍ମଟି ୧୯୯୦ ଦଶକର ପ୍ରାରମ୍ଭରେ କାଶ୍ମୀର ବିଦ୍ରୋହ କାରଣରୁ କାଶ୍ମୀରୀ ହିନ୍ଦୁଙ୍କ ପଳାୟନ କାହାଣୀକୁ ଦର୍ଶାଉଛି । ୨୦୧୯ରେ ‘ଦ ତାଶକନ୍ଦ ଫାଇଲ୍ସ’ର ରିଲିଜ୍ ପରେ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମ ଉପରେ କାମ ଆରମ୍ଭ କରିଥିଲେ ।
ଏହି ଫିଲ୍ମ ଚାଷୀ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିଲା । ସୂଚନା ଅନୁଯାୟୀ ଫିଲ୍ମର କାଷ୍ଟିଂରେ ପ୍ରଥମେ ଯୋଗରାଜ ସିଂହଙ୍କ ନାମ ସାମିଲ ଥିଲା । ହେଲେ କୃଷକ ଆନ୍ଦୋଳନ ସମୟରେ ତାଙ୍କର ବିବାଦୀୟ ବୟାନ ଯୋଗୁଁ ତାଙ୍କୁ ଫିଲ୍ମରୁ ବାଦ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ମିଥୁନ ଚର୍କବର୍ତ୍ତୀଙ୍କୁ କାଷ୍ଟ କରାଗଲା । ‘ଦ କାଶ୍ମୀର ଫାଇଲ୍ସ’ରେ ଅନୁପମ ଖେରଙ୍କ ସହ ବ୍ରହ୍ମା ଦତ୍ତଙ୍କ ଚରିତ୍ରରେ ମିଥୁନ ଚର୍କବର୍ତ୍ତୀ ଅଛନ୍ତି । ପୁଷ୍କରନାଥଙ୍କ ରୋଲରେ ଅନୁପମ ଖେର ଅବତୀର୍ଣ୍ଣ ହୋଇଥିବା ବେଳେ କୃଷ୍ଣା ପଣ୍ଡିତଙ୍କ ଚରିତ୍ରରେ ଦର୍ଶନ କୁମାର ନଜର ଆସିବେ । ଏମାନଙ୍କ ବ୍ୟତୀତ ଫିଲ୍ମରେ ପଲ୍ଲବୀ ଯୋଶୀ, ଭାଷା ସୁମ୍ବଲୀ, ଚିନ୍ମୟ ମଣ୍ଡଲେକର ଏବଂ ପୁନୀତ ଇସ୍ସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।
Comments are closed.