ଭୁବନେଶ୍ୱର : ବିଷାକ୍ତ ମଦ ମୃତ୍ୟୁକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା । ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨ୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗରେ ବିଧାୟକମାନେ ନାରାବାଜି କରିବା ସହ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରିଥିଲେ । ସେହିପରି କଂଗ୍ରେସ ଜନଜାତି ସୁରକ୍ଷା ଓ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲା । ଯାହା ପରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଜେଡି ମଦ ମୃତ୍ୟୁ ନେଇ ହୋହାଲ୍ଲା କରିଥିଲେ। ଗଞ୍ଜାମ ଜିଲା ମଦ ମୃତ୍ୟୁ ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି। ବିଧାୟକ ମାନେ ଗୃହର ମଧ୍ୟ ଭାଗରେ ଆସି ହୋହାଲ୍ଲା କରିବାରୁ ଗୃହ କାର୍ଯ୍ୟ ଚଳାଇବା ଅସମ୍ଭବ ହୋଇଥିଲା। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

Comments are closed.