ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି ,ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : ମଙ୍କି ପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଯେହେତୁ ମଙ୍କି ପକ୍ସ ବହୁଳମାତ୍ରାରେ ସଂକ୍ରାମକ ତେଣୁ ଦେଶ ଜଳ,ସ୍ଥଳ,ଆକାଶ ସମସ୍ତ ଆନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି। ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହାର ଲକ୍ଷଣ ଜ୍ଵର ସହିତ ଘିମିରିରୁ ଆରମ୍ଭ ହୋଇ ପାଣି ଫୋଟକା ପରି ଶରୀରରେ ଚିହ୍ନ ହୋଇଥାଏ । ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡା କଡ଼ି ହେଉଛି। ଭାରତରେ ଏ ଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି। ଏ ବାବଦରେ WHO ରୁ ନିର୍ଦେଶନାମା ଜାରି ହୋଇଛି।

ଯଦି ଆଫେକଟେଡ଼ ଏରିଆରୁ କେହି ଆସନ୍ତି ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ହିସାବରେ ପରୀକ୍ଷା ନିରୀକ୍ଷା କରାଯାଉଛି ତାହା ସହ ଆଇସୋଲେଟ କରି ରଖାଯାଇଛି। ପରବର୍ତୀ ଯାହା ତଥ୍ୟ ଭାରତ ସରକାରଙ୍କ ତରଫରୁ ଆସିବ। କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ। ମଙ୍କି ପକ୍ସ୍କୁ ଆଭୋଏଡ଼ କରିବାକୁ ହେଲେ ଡ଼ାଇରେକ୍ଟ କଣ୍ଟାକଟକୁ ଏଡେଇବାକୁ ହେବ।

Govt

Comments are closed.