ମାଲେ: ମାଳଦ୍ୱୀପର ଏକ ଫୌଜଦାରୀ ଅଦାଲତ ରବିବାର ପୂୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ଙ୍କୁ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ସଜ୍ଜା ଶୁଣାଇଛନ୍ତି । ଏଥିସହିତ ତାଙ୍କ ଉପରେ ୫ ନିୟୁତ ଡଲାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବାବେଳେ ୟାମିନ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଇତିପୂର୍ବରୁ ୨୦୧୯ରେ ଲାଞ୍ଚ କାରବାରରେ ଦୋଷୀସାବ୍ୟସ୍ତ ହୋଇ ୟାମିନ୍ ୫ ବର୍ଷ ଜେଲଦଣ୍ଡ ଓ ୫ ନିୟୁତ ଡଲାର ଜୋରିମାନାରେ ଦଣ୍ଡିତ ହୋଇସାରିଛନ୍ତି । ତେବେ ଏହି ଘଟଣା ପ୍ରମାଣିତ ହୋଇ ନପାରିବାରୁ ୨ ବର୍ଷ ପୂର୍ବରୁ ସେ ଏଥିରୁ ଦୋଷମୁକ୍ତ ହୋଇଥିଲେ I ଦଣ୍ଡାଦେଶ ପରେ ୨୦୨୦ରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଗୃହବନ୍ଦୀରୁ ମୁକ୍ତ ହୋଇ ପୁଣି ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅର୍ଥ ହେରଫେର ମାମଲାରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ସାତ ବର୍ଷ ଏବଂ ଲାଞ୍ଚ ଗ୍ରହଣ ପାଇଁ ଚାରି ବର୍ଷ ଦଣ୍ଡିତ କରାଯାଇଛି। ମାଳଦ୍ଵୀପ ଓ ଭାରତ ମଧ୍ୟରେ ଅତୁଟ ସମ୍ପର୍କ ରହିଥିଲେ ମଧ୍ୟ ଅବଦୁଲ୍ଲା ୟାମିନ ହେଉଛନ୍ତି ଭାରତ ବିରୋଧୀ ନେତା I ଚୀନ୍ର ସମର୍ଥକ ଅବଦୁଲ୍ଲା ୟାମିନ୍ ମାର୍ଚ୍ଚରେ ନିଜ ଦେଶରେ ଭାରତ ବିରୋଧୀ ପ୍ରଦର୍ଶନ କରିଥିଲେ।

Comments are closed.