ମଉଳିପାରେ କୁମାରପୂର୍ଣ୍ଣିମା ଉତ୍ସବ, ଆସନ୍ତା କାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିପାରୁ, ଦୁର୍ଗାପୂଜା ଏତେ ଜାମାଣିଆ ହୋଇପାରିନଥିଲା । ତେବେ ଆଗକୁ ଆସୁଥିବା କୁମାରପୂର୍ଣ୍ଣିମାରେ ମଧ୍ୟ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ ଓ ଗଜପତି ଜିଲ୍ଲା ।

ସେହିପରି ୧୦ ତାରିଖରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ଶନିବାର ଅର୍ଥାତ ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁୁାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନା ଥାଉଯେ, ୧ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କି;ୁ ଘୂର୍ଣ୍ଣିବଳୟ ପ୍ରଭାବରୁ ଅଧିକ ବର୍ଷା ହୋଇଛି । ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଥିଲା ବେଳେ ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି ।

Govt

Comments are closed.