ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ଯୋଗ୍ୟତା ବଦଳିଲା

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି ନିୟମ ବଦଳିଲା । ସକ୍ଷମ ଅଙ୍ଗନବାଡି କାର୍ଯ୍ୟକାରୀ ପାଇଁ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡରେ ପରିବର୍ତ୍ତନ ଆଣିଛନ୍ତି ସରକାର ।

ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ନୂଆ ନିୟମ ଅନୁସାରେ, ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୮ରୁ ୩୫ ବର୍ଷ ରହିଛି। ସେହିପରି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ଥିଲା। ସେହିପରି ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିପାରୁଥିଲେ। ଜିଲ୍ଲାସ୍ତରରେ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେଲେ ସେହି ଅନୁଯାୟୀ ସୂଚନା ଦେବା ପାଇଁ କୁହାଯାଇଛି।

Launching Ceremony of “AYUSHMAN BHARAT

Comments are closed.