ଜବର ଦଖଲ ଉଚ୍ଛେଦ ବେଳେ ୨ ଦିନ ଧରି ଜାରି ରହିବ ଜରୁରୀ କାଳୀନ କର୍ଫ୍ୟୁ

ବାଲେଶ୍ୱର : ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି ହେଲା ଜରୁରୀ କାଳୀନ କର୍ଫ୍ୟୁ । ରେଳ ଲାଇନ୍ ସମ୍ପ୍ରସାରଣ ପାଇଁ ଅରଡବଜାର ବସ୍ତି ଉଚ୍ଛେଦ ବେଳେ ବାଲେଶ୍ୱର ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ଏନେଇ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା, ରାଲି ଉପରେ ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ହରିପୁରରୁ ଦର୍ଜିପୋଖରୀ, କସିମିଳା ଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକରୁ ଗୋପାଳପୁର ଓ ପରିବା ମାର୍କେଟ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି।

ଆଜି ଓ ଆସନ୍ତା କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସର ଧାରା ୧୬୩ ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

Launching Ceremony of “AYUSHMAN BHARAT

Comments are closed.