ଭୁବନେଶ୍ୱର : +୨ ପଢୁଥିବା ପିଲାଙ୍କ ପାଇଁ ଆସିଲା ବଡ଼ ଖବର । ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ହେବ +୨ ପରୀକ୍ଷା। ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ ଇଣ୍ଟରନାଲ ପରୀକ୍ଷା। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ ।
ସେହିପରି ଜାନୁଆରୀ ୨ରୁ ୧୫ ଯାଏ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବ ବୋଲି CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ଏଥର ମୋଟ ୧୩୪୯ ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା ହେବ। ଏକ୍ସ ରେଗୁଲାର ଫାର୍ମ ଫିଲ ଆପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ। ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ। ରେଜଲ୍ଟ ବାହାରିବା ପରେ ଏଥର ନୂଆକରି ପ୍ରୋଭିଜନାଲ୍ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ବୋଲି ସୂଚନା ମିଳିଛି ।
