ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ କିରାଣୀ

ଢେଙ୍କାନାଳ:ଲାଞ୍ଚ ନେବାବେଳେ ଭିଜିଲାନ୍ସରେ ଜାଲରେ ପଡ଼ିଲେ କିରାଣୀ । ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତ ଜଣେ ଛାତ୍ରଙ୍କ ଠାରୁ ୮୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଛି । ସେ ନେଇଥିବା ରାସାୟନିକ ପ୍ରଲେପ ଦିଆ ୮ହଜାର ୫ଶହ ଟଙ୍କା କୁ ଭିଜିଲାନ୍ସ ଜବତ କରିଛି । ଜଣେ ପୂର୍ବତନ ଛାତ୍ର ଙ୍କୁ ଙ୍କୁ ଡିଗ୍ରୀ ସାର୍ଟିଫିକେଟ ଦେବା ପାଇଁ ଏହି ଲାଞ୍ଚ କାରବାର ହେଉଥିଲା I ମାସୁଦ ହୁସେନ ନାମକ ଜଣେ ଛାତ୍ର ଡିଗ୍ରୀ ସାର୍ଟିଫିକେଟ ପାଇଁ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମଙ୍କ ନିକଟକୁ ଯାଇଥିଲେ। ସାର୍ଟିଫିକେଟ ନେବାକୁ ହେଲେ ତାଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉତ୍ତମ କହିଥିଲେ। ହେଲେ ଛାତ୍ର ଜଣଙ୍କ ୧୦ ହଜାର ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ। ପରେ ୮୫୦୦ରେ କଥା ତୁଟିଥିଲା। ଏନେଇ ଛାତ୍ର ଜଣଙ୍କ ଅନୁଗୁଳ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ଉତ୍ତମଙ୍କ ଅଫିସ ରେ ଏହି ଲାଞ୍ଚ କାରବାର ହେଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଥିଲା I ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରି ନେଇଥିବାବେଳେ ଟଙ୍କା ଚ୍ୟାମ୍ବର ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ଘରେ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।

Launching Ceremony of “AYUSHMAN BHARAT

Comments are closed.