ଝାରସୁଗୁଡା ପ୍ରଚାର ମୈଦାନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା : ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ରେ କମ୍ପୁଛି ମୈଦାନ I ପ୍ରତିଥର ପ୍ରାର୍ଥୀମାନେ ଜନତାଙ୍କର ପ୍ରିୟ ଭାଜନ ହେବାପାଇଁ ଭୋଟର ମାନଙ୍କ ଘରକୁ ଘର ବୁଲି ପଖାଳ ଖିଆ ଟ୍ରେଣ୍ଡ ଜାରି ରଖିଛନ୍ତି I ତେବେ ନିର୍ବାଚନକୁ ଆଉ ୪ ଦିନ ଥିବାବେଳେ ୭ ତାରିଖରେ ଝାରସୁଗୁଡ଼ା ମାଟିରେ ହେବ ହାଇଭୋଲଟେଜ ପ୍ରଚାର I ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ଲାଗି ଝାରସୁଗୁଡ଼ା ଯିବାର କାର୍ଯ୍ୟକ୍ରମ ରହିଛି । ସେ ସାଢେ ୪ଟାରେ ଝାରସୁଗୁଡ଼ାରେ ଆୟୋଜିତ ସଭାରେ ଯୋଗ ଦେବେ। ସେ ସଭାସ୍ଥଳରୁ ବାହାରି ସନ୍ଧ୍ୟା ୫ ଟା ୫୦ ରେ ଭୁବନେଶ୍ଵର ଫେରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଏଥର ଝାରସୁଗୁଡ଼ାରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂ‌ଗ୍ରେସ ମଧ୍ୟରେ ଟକ୍କର ହେଉଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବ୍ୟତୀତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଇଦାନରେ ଅଛନ୍ତି। ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠିଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ । ଟଙ୍କଧରଙ୍କ ପାଇଁ ପ୍ରଚାର କରିବା ସହ ରୋଡ ସୋ’ ମଧ୍ୟ କରିବେ ବୋଲି ଜଣା ପଡିଛି I

Govt

Comments are closed.