କଟକ : କଟକ ସହରର ଶାରଦୀୟ ପୂଜା ମଣ୍ଡପ ବୁଲି ରାଜ୍ୟ ବାସୀଙ୍କପାଇଁ ଶୁଭ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଆଙ୍କୁ ଦର୍ଶନ କରି ଆନନ୍ଦିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ରାଜ୍ୟବାସୀ କିଭଳି ସୁଖଶାନ୍ତିରେ ରହିବେ ପ୍ରାର୍ଥନା କରିଛି । କଟକ ହେଉଛି ଭାଇଚାରାର ସହର ଓ ଏଠି ସବୁବେଳେ ଶାନ୍ତି ଶୃଙ୍ଖଳା ବଜାୟ ରହେ । ଦଶହରା ହେଉଛି ଏକତାର ସମ୍ବଳ ଓ ସାରା ଓଡିଶାକୁ କଟକ ସହର ଏକତାର ମନ୍ତ୍ର ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ କଟକ ସର୍କିଟ ହାଉସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଯାଇ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଐତିହାସିକ ବାଲିଯାତ୍ରା ଉତ୍ସବ ମହା ଆଡମ୍ବରରେ କିଭଳି ହେବ ତାହା କରାଯିବ ବୋଲି କହିଛନ୍ତି । ଉଭୟ ପଡ଼ିଆରେ ହାଇକୋର୍ଟଙ୍କ ଅନୁମତି ନେଇ ବାଲିଯାତ୍ରା ଆୟୋଜନ ହେବ । ଓଡ଼ିଶାର ଐତିହ୍ୟ ସମ୍ପନ୍ନ ଷ୍ଟଲଗୁଡିକ ଉପର ପଡ଼ିଆରେ ରହି ପାରିବ। ଏ ନେଇ ପ୍ରଶାସନ ସହିତ ଆଲୋଚନା ପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଲଘୁଚାପ ବର୍ଷ। ଯୋଗୁଁ ପୂଜା ସମୟରେ ଭୁଷୁଡିଲା ଲାଇଟ୍ ଗେଟ୍। କଲେଜ ଛକରେ ଥିବା ଲାଇଟ୍ ଗେଟ୍ ଭୁଷୁଡି ପଡିଛି। ରାସ୍ତା ଉପରେ ପଡିରହିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଛି । ଆଖପାଖ ଅଞ୍ଚଳର ବିଦ୍ୟୁତ୍ କାଟ କରାଯାଇ ରାସ୍ତା ଅବରୋଧ ହଟାଯାଉଛି

ସେହିଭଳି କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
