୨୦୨୦ ବ୍ୟାଚ ର ୩୭୮ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ ବ୍ୟାଚ ର ୩୭୮ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ I ଲୋକସେବା ଭବନରେ ଅନୁଷ୍ଠିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି କୋବଳ ରାଜ୍ୟର ବିକାଶ ହିଁ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ହାସଲ କରିବାକୁ ରାଜ୍ୟ ସରକାର 5T ଉପକ୍ରମ ଅଧିନରେ ତ୍ୱରାନ୍ଵିତ କରାଯାଉଥିବା ନବନିଯୁକ୍ତ ଓସିଏସ ଅଧିକାରୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ। ସରକାରୀ ସେବା ସାଧାରଣ ଜନତା ଓ ଆମ ସମାଜର ଦୁର୍ବଳ ବର୍ଗଙ୍କ ସେବା କରିବାକୁ ଏକ ସୁଯୋଗ ଦେଇଥାଏ। ଅଧିକାରୀଙ୍କ ଉପରେ ସାଧାରଣ ଲୋକଙ୍କ ଅନେକ ଆଶା ଓ ଭରସା ଥାଏ । ତେଣୁ ନିଷ୍ଠାର ସହ ସେମାନଙ୍କ ଆଶା ପୂରଣ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯୁବ, ଦକ୍ଷ ଓ ବୈଷୟିକ କ୍ଷେତ୍ରରେ ଉକ୍ରର୍ଷତା ରଖିଥିବା ଅଧିକାରୀଙ୍କ ଦ୍ୱାରା ନୂଆ ଓ ସଶକ୍ତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖକରି କହିଛନ୍ତି ଯେ ଗଣତନ୍ତ୍ରରେ ସାଧାରଣ ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ, ସେମାନଙ୍କୁ ସର୍ବୋତ୍‌କୃଷ୍ଟ ସେବା ଯୋଗାଇବା ପାଇଁ ଆମେ ଏହି ସ୍ଥାନରେ ରହିଛନ୍ତି । ତେଣୁ ସେବା ପ୍ରତି ସର୍ବଦା ବ୍ରତୀ ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେନ୍‌ସନ ଅଦାଲତ ଓ ପ୍ରମୋଶନ ଅଦାଲତ ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକଙ୍କ ମତାମତକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ସେବା କ୍ଷେତ୍ରରେ ସର୍ବଦା ସ୍ୱଚ୍ଛତା ପନ୍ଥା ଅବଲମ୍ବନ ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଅର୍ଥ ବିଭାଗ ସଚିବ ବିଶାଲ ଦେବ ଧନ୍ୟବାଦ ଅର୍ପଣ କରିଥିଲେ ।

Launching Ceremony of “AYUSHMAN BHARAT

Comments are closed.